Latest Odisha News

BREAKING NEWS

ଭାଷା ଭାଗବତ : ଅଭ୍ଯାସ ବଶତଃ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୬

ପରିସ୍ଥିତି ନ ବୁଝି କେହି
ଇଚ୍ଛାନୁସାରେ ଲେଖି ଦେଇ
ଦେଖାଂତି ଅଭ୍ୟାସ ବଶତଃ
ତହିଁରେ ଖୋଜିଲେ କୃତିତ୍ୱ
ମିଳେନି କିଛି ସାରତତ୍ତ୍ବ

ଏପରି ରଚନା ସଂଭାର
ଗଢ଼ିଚାଲିଲେ ବାରଂବାର
ହୁଏ କେବଳ ସଂଖ୍ୟା ବୃଦ୍ଧି
ଘଟେନି ଭାଷାର ସମୃଦ୍ଧି

ତେବେ ବି ସତ୍ୟ ପ୍ରକାଶକ
ଥାଆଂତି କେତେକ ଲେଖକ
ସଂଭାଳି ବୁଦ୍ଧି ଓ ବିବେକ
ହୁଅଂତି ଯୁଗର ପ୍ରତୀକ

ଚାରିଆଡ଼କୁ ଦେଇ ଧ୍ୟାନ
ନ ହୋଇ କେବେ ମ୍ରିୟମାଣ
କରଂତି ଏକାଂତ ଲିଖନ
ଭାବ ଓ ଜ୍ଞାନ ପରିପୂର୍ଣ

ସଂଖ୍ୟାରେ ହେଲେ ସୁଦ୍ଧା ଅଳ୍ପ
ନ ମିଳେ ତାଂକର ବିକଳ୍ପ

Comments are closed.