Latest Odisha News

ଭାଷା ଭାଗବତ : ମତାଂଧ ନିର୍ବୋଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୫

ସବୁ ବାଦର ସମନ୍ବୟ
ସଂଭବ ହୋଇଲେ ନିଶ୍ଚୟ
ବାଦୀଏ ହୋଇ ଭାଗ ଭାଗ
କରିବେନାହିଁ ଅଭିଯୋଗ

କିଂତୁ ହୋଇଲେ ମତାଧୀନ
ବ୍ୟକ୍ତିଟେ ହୁଏନି ସ୍ବାଧୀନ
ହୋଇ ମତର ବଶବର୍ତୀ
କରିଚାଲେ ବିଶ୍ବର କ୍ଷତି

ବିଶ୍ବବାସୀଂକ ମନୋବଳ
କ୍ରମଶଃ ହେଉଛି ଦୁର୍ବଳ
କୌଣିସି ବିଚାରର ଫଳ
କରୁନି ବିଶ୍ବର ମଂଗଳ

ନିଜ କ୍ଷେତ୍ର, ସ୍ତରରେ ରହି
ବିଶେଷ କିଛି କରୁନାହିଁ
ହଟାଇ ପାରୁନି ମୂଢ଼ତା
ତେଣୁ ତ ଏହି ଅବ୍ୟବସ୍ଥା

ଭାଷା, ସଂସ୍କୃତି ଆଉ ଧର୍ମ
ଦିଶଂତି ସଦା ମନୋରମ
କାର୍ଯତଃ ସୃଷ୍ଟି କରି ଭ୍ରମ
ପ୍ରତ୍ୟେକେ ହୁଅଂତି ଅକ୍ଷମ

ଜ୍ଞାନୀ ହୋଇଲେ ନିର୍ବିବେକ
ସଂଚାର କରଇ ଆତଂକ
ନାହିଁ ଏହାର ପ୍ରତିରୋଧ
ମତାଂଧ ପ୍ରକୃତ ନିର୍ବୋଧ

Comments are closed.