Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୨

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରର ପରିଚୟ ଶ୍ରୀମନ୍ଦିର ଓ ମହୋଦଧି । ଆଜି ବି ଏଇ ଦୁଇଟିର ଆକର୍ଷଣ ଟାଣିଆଣେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଭକ୍ତଙ୍କୁ ଏହି ଶ୍ରୀକ୍ଷେତ୍ରକୁ । ଆସନ୍ତୁ ତେବେ ଆମେ ପଞ୍ଚତୀର୍ଥ ପରିକ୍ରମାରେ ଆଜିଠାରୁ ଜାଣିବା ତୀର୍ଥରାଜ ମହୋଦଧିଙ୍କ ସମ୍ପର୍କରେ । ଶାସ୍ତ୍ର କହେ ଲବଣlମ୍ଭୋନିଧେସ୍ତିରେ ପୁରୁଷୋତ୍ତମ ସଜ୍ଞକମ, ପୁରଂତତ ବ୍ରହ୍ମଣାସୄଷ୍ଟଂ ସ୍ବର୍ଗlଦପି ଚ ଦୁର୍ଲଭମ ।” ଅର୍ଥାତ ଲବଣ ସମୁଦ୍ର କୂଳରେ ସ୍ୱର୍ଗସମ ଅତ୍ୟନ୍ତ ଦୁର୍ଲଭ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପାପ ନାଶନ ଭାବରେ ବିରାଜିତ ହୋଇଛି । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ, ପତିତ ଉଦ୍ଧାର ପାଇଁ ଅନେକ ତୀର୍ଥରେ ପରିପୂର୍ଣ ହୋଇଛନ୍ତି । ତନ୍ମଧ୍ୟରୁ ମହୋଦଧି ସର୍ବଶ୍ରେଷ୍ଠ, କାରଣ ଅନେକ ତୀର୍ଥ ଏହାରି ବିଶାଳ ଗର୍ଭରେ ସମାହିତ ହୋଇଛନ୍ତି । ତେଣୁ କୁହାଯାଏ “ସକଳ ତୀର୍ଥ ଘେନି ହରି ନୀଳକନ୍ଦରେ ବିଜେ କରି “ଏଠାରେ ସକଳ ତୀର୍ଥମାନେ ଶ୍ରୀକ୍ଷେତ୍ରରେ ବିରାଜିତ ତୀର୍ଥମାନଙ୍କ କଥା କୁହାଯାଇଛି । ଯଥା, ଇନ୍ଦ୍ରଦ୍ୟୁମ୍ନ ସରସି ମାର୍କଣ୍ଡେୟ ହ୍ରଦେସ୍ତଥା,ରୋହିଣ୍ୟl ଚ ସମୁଦ୍ରେ ଚ ଶ୍ୱେତଗଙ୍ଗା ଜାଳେଷୁ ଚ ସ୍ନାନଂ ଯେ କୁର୍ବ6ତ ମର୍ତ୍ତ୍ୟl ଭକ୍ତି ଭାବ ସମନ୍ୱିତଃ, ତେସାଂ ନ ବିଦ୍ୟତେ ଜନ୍ମ ପୁନରସ୍ମିନ ମହୀତଳେ ।” ଅର୍ଥାତ ଯେଉଁମାନେ ଶ୍ରୀକ୍ଷେତ୍ରର ଉପରେ ବର୍ଣ୍ଣିତ ପଞ୍ଚ ତୀର୍ଥରେ ଶ୍ରଦ୍ଧାଞ୍ଜଳି ସହ ସ୍ନାନ କରନ୍ତି । ସେମାନେ ମୃତ୍ୟୁ ଚକ୍ରରୁ ରକ୍ଷା ପାଇଥାନ୍ତି । ସାଧାରଣ ଭାବରେ ଆମେ ମହୋଦଧିଙ୍କୁ ଏହି ପଞ୍ଚ ତୀର୍ଥ ମଧ୍ୟରେ ବାନ୍ଧି ରଖିବା ଅସଂଗତ ମନେହୁଏ । କାରଣ ଅନେକ ତୀର୍ଥ ନଦୀ ଏହି ମହୋଦଧି ଗର୍ଭରେ ଲୀନ ହୋଇଛନ୍ତି । ତେଣୁ ଅନେକ ତୀର୍ଥ ସ୍ନାନର ଫଳ କେବଳ ମହୋଦଧି ସ୍ନାନରେ ହିଁ ମିଳିଥାଏ । ଅନ୍ୟ ଏକ ବିଶେଷତ୍ୱ ହେଲା ଜଗତ ଜନନୀ ମା ଲଷ୍ମୀଙ୍କ ପିତ୍ରାଳୟ ଭାବେ ଏହା ପୂଜିତ ହୁଏ. ସକଳ ପ୍ରାଣୀଙ୍କ ଅନ୍ତିମ ଯାତ୍ରା ସ୍ଥଳ ସ୍ୱର୍ଗ ଦ୍ୱାର ମଧ୍ୟ ଏହାରି ତଟରେ ବିରାଜିତ ଅଟେ । ଆଗାମୀ ଅଧ୍ୟାୟରେ ଏହି ତୀର୍ଥ ରାଜରେ ସ୍ନାନ କରିବା ପ୍ରଣାଳୀ ସହ ଅନ୍ୟାନ୍ୟ ମାହାତ୍ମ୍ୟ ବର୍ଣନା କରିବା । ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।
ସ୍ନାନ ଶୌଚ ଆଚମନ
ଯେ ନିତ୍ୟ ଵିଧିର ବିଧାନ ।
ଭାବ ଅଭାବ ଏକ କରି
ସାଧିବ ମୁନି ଦଣ୍ଡଧାରୀ ।
ଯେ ମୁନି ନିତ୍ୟେ ଦଣ୍ଡଧରେ
ସେ ଭଲ ମନ୍ଦ ନ ବିଚାରେ ।
କର୍ମ କରିବ ଇଚ୍ଛା ମତେ
ଲୀଳାରେ ଈଶ୍ୱର ଯେମନ୍ତେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.