Latest Odisha News

BREAKING NEWS

ଭାଷା ଭାଗବତ : ସ୍ବଇଚ୍ଛା ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଶବ୍ଦକୋଷଟେ ପାଶେ ରଖି
ପାଠକ ସାହିତ୍ୟ ପଢ଼େ କି?
ଲେଖକେ ବୁଝି ଏହି ପ୍ରଶ୍ନ
କରଂତୁ ସ୍ବଇଚ୍ଛା ଲିଖନ

କାହାକୁ କିଛି ନ ପଚାରି
ନିଜର ମନରେ ବିଚାରି
ଲେଖକେ କରି ବାରଂବାର
ହୋଇଲେ ଲିଖନ ତତ୍ପର

ପାଠକେ କରଂତି ସ୍ବୀକାର
ହୁଏ ଭାଷାର ଉପକାର
ଏ କଥା ନୁହେ ଯଦି ସତ
ହେବାନି ଯୁକ୍ତିତର୍କରତ

ନିଜ ନିଜର କାମ କରି
ହୋଇପାରିବା ହିତକାରୀ

Leave A Reply

Your email address will not be published.