Latest Odisha News

BREAKING NEWS

ଭାଷା ଭାଗବତ : ପ୍ରତିଭା ନୁହେ ସ୍ମୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପ୍ରତିଭା ନୁହେ ପୂର୍ବ ସ୍ମୃତି
ନୂତନ ଚିଂତାଶୀଳ ମତି
ଧାରଣ କରେ ଯେଉଁ ବ୍ୟକ୍ତି
ଘଟାଇପାରେ ସର୍ବୋନ୍ନତି

ଗଚ୍ଛିତ ଜ୍ଞାନ ଅନୁଗତ
ପ୍ରଚାର କରି ଅବିରତ
ହୁଅଂତିନାହିଁ ଯଦି କ୍ଳାଂତ
ନ ରହେ ଜ୍ଞାନର ମହତ୍ତ୍ୱ

ପୁନର୍ଲିଖନ କରି କରି
ନୂତନତାକୁ ଡରି ଡରି
ସମୟ ଦିଏ ଯିଏ ସାରି
ହୋଇପାରେନି ହିତକାରୀ

କାଳାନୁସାରୀ ହୋଇ ଲୋକ
ବିସ୍ତାରେ ସଫା ଜ୍ଞାନାଲୋକ
ଗ୍ରଂଥରୁ କଲେ ସାରୋଦ୍ଧାର
ହୁଏନି କାହା ଉପକାର

ପ୍ରକାଶକଂକ ପେଟ ପୋଷି
ଲେଖକେ ହେଉଥିଲେ ଖୁସି
ପାଠକେ ହୁଅଂତି ନିରାଶ
ଘଟେନି ଭାଷାର ବିକାଶ

ବ୍ୟକ୍ତି ହୋଇଲେ ପ୍ରଶଂସିତ
ଜାତି ତ ହୁଏନି ଉନ୍ନତ !
ପରଂପରାକୁ କରି ଆଳ
ସ୍ବଭାଷୀ ହୁଅଂତି ଦୁର୍ବଳ

 

Comments are closed.