Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’

ଡୋର୍ ଖୋଲି ଦେଖିଲା ବେଳକୁ …. .
ତା ମୁଣ୍ଡ ବିନ୍ଧାର ମସ୍ତ ବଡ଼ କାରଣଟା ପୁଣି ଆସି ଉଭା ହୋଇ ଗଲା ,ମାୟା ନାଁ ରେ !

ଆସ୍ଥା ସାମାନ୍ୟ ବିରକ୍ତି ଭରା ସ୍ୱରରେ , “ମାୟା ତୁ ?!”ହଁ , କାଳେ ତମେ ହଇରାଣିଆ ହେବ ତ ସେଇଥି ପାଇଁ ବୋଲି ଗାଁରୁ ଝଅଟ କାମ ସାରି ଦେଇ ବେଏଗି ଚାଲି ଆଇଲି ଆଉ ! ଆସ୍ଥା ସବୁତକ ନିଆଁ ଏକା ବେଳକେ କଲବଲିଆ ହୋଇ ଢକ ଢକ କରି ଗିଳିଦେଇ … ..ଓଃ !! ମୁଁ ହଇରାଣ ହେବି ବୋଲି ?

ଏମିତି ସବୁଦିନ ଭାବେ ଆସ୍ଥା ଟିକେ ସୁଯୋଗ ମିଳନ୍ତାକି ସ୍ୱପ୍ନିଲ ସହିତ ମନ ଭରି କଥା ହୁଅନ୍ତା ! ମନର ସବୁ ଦୁଃଖ କଷ୍ଟ ଯନ୍ତ୍ରଣା କୁ ଗାଳି ଦିଅନ୍ତା ସ୍ୱପ୍ନିଲ ଆଗରେ ! ହେଲେ ସୁଯୋଗ ମିଳେନି। ମନ କଥାକୁ ମନରେ ମାରି ଦିନ କାଟୁଥିଲା ଆସ୍ଥା ! ଦିନ ପରେ ଦିନ ଗଡି ଚାଲିଲା ।  ୟା ଭିତରେ ଆସ୍ଥା କାହାକୁ ମନ କଥା ଖୋଲି କହିବ କହିବ ବୋଲି ଭୁଲି ଯାଇଥିଲା ବରଂ ଆହୁରି ଆହୁରି ଯନ୍ତ୍ରଣା ବଢ଼ି ଚାଲିଥିଲା …!

ହଠାତ ମାଆ ର ଦେହ ଖରାପ କଥା ଶୁଣି ଲମ୍ବା ଛୁଟି ନେଇ  ମାୟାକୁ ଦିନେ ତା ଗାଁ କୁ ଯିବାକୁ ପଡିଲା  । ଘରର ସମସ୍ତ କାମ ,ପିଲାଙ୍କ କାମ ,ସମ୍ଭବ ଙ୍କ କଥା ବୁଝିବା କୁ ପଡିଲା । ତା ପରେ ବି କିଛି ସମୟ ମିଳିଯାଏ ଆସ୍ଥା କୁ ନିଜ ପାଇଁ ! ଖୁସି ହବାକୁ ଚେଷ୍ଟା କରେ, ମାୟା ନାମକ ମାୟାବିନୀ ନାହିଁ ବୋଲି । ସମ୍ଭବ ଙ୍କ ଯତ୍ନ ନିଏ ମନ ପ୍ରାଣ ଦେଇ ! କିନ୍ତୁ ସମ୍ଭବଙ୍କୁ …..!!!

କିଛି ଦିନ ପରେ ପୁଣି ମୋବାଇଲ ରିଂ ହୋଇଛି ! ଅବଶ୍ୟ ନଂ ଟା ଫିଡ଼ିଂ ନଥିଲା ମୋବାଇଲରେ ! ଟ୍ରୁ କ ଲ ର୍ ରେ ସ୍ୱପ୍ନିଲ ନାଁ ଟା ଶୋ କଲା !ସ୍ୱପ୍ନିଲ ! ଏକ ଅଦ୍ଭୁତ ଶିହରଣ ଛପି ରହିଥିଲା ନାଁଟିରେ ! ଏତେ ଦିନ ଧରି ଖୋଜୁଥିବା ମୁହୂର୍ତ୍ତ ଆଜି ଆସିଚି ! ଆସ୍ଥା ଏଥର ସବୁ ତା ମନ କଥା କହିଦେବ ସ୍ୱପ୍ନିଲ ଆଗରେ । କଥାର ନିଅଁ ପଡ଼ିବ । ସେପଟୁ ନିର୍ମଳ ଗମ୍ଭୀର ସ୍ୱର ଟିଏ ଶୁଭାଗଲା  “କଣ କରୁଛ ଆସ୍ଥା ,ଖାଇଲାଣି ?”

କ୍ରମଶଃ

Leave A Reply

Your email address will not be published.