ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମନୋଭାବ ଓ ଆଚରଣ
ଧାରଣା, ମତ ଉଚ୍ଚାରଣ
କରଂତି ସହଜେ ପ୍ରମାଣ
କି ଶିକ୍ଷା କରିଛୁଁ ଗ୍ରହଣ
ପ୍ରାପ୍ତ ଜ୍ଞାନରେ ସ୍ବାନୁଭୂତି
ମିଶାଇ ନ ପାରିଲେ ବ୍ୟକ୍ତି
ଗାଇ ପୁରୁଣା ପଦାବଳି
ଯାଏ ଏହି ସଂସାରେ ଚଳି
ହେଲେ ହେଁ ଜନ୍ମତଃ ଅନନ୍ୟ
ବ୍ୟକ୍ତି ନ ହୋଇଲେ ସ୍ବାଧୀନ
ତାହାର ଲେଖା ଆଉ କଥା
ସୂଚାଇଥାଏ ଅସ୍ଥିରତା
ପରସ୍ପର ବିରୋଧୀ ଚିଂତା
ଘୂରାଇ ପାରେ ଯେଉଁ ମଥା
ତାହାର ଉଚ୍ଚାରିତ ବାଣୀ
ଶୁଣାଏ ବାସ୍ତବ କାହାଣୀ
Comments are closed.