Latest Odisha News

BREAKING NEWS

ଭାଷା ଭାଗବତ : ଯୁକ୍ତି ଓ ପ୍ରଯୁକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଥିଲା ଗୋଟିଏ ଧନୀ ତ୍ପଲା
କାହାଠୁଁ କିଛି ନ ଶିଖିଲା
ବାପକୁ ବାଧିତ୍ନ ଏ କଥା
କରିତ୍ନ ଆଉ ବେଶି ଚିଂତା
ଏବେ ରହୁଛି ଘରେ ବତ୍ସ
ଧନ ରଖିଛି ବୋଲି ଖୁତ୍ସ
*
ଖି ଥି ଧି ଧାରାରେ ତ୍ନ ତ୍ପ ତ୍ମ
ନୁହେ କି ସତରେ ନି ପି ମି ?
ଯେଉଁଠି ନାହିଁ କିଛି ଯୁକ୍ତି
ତାହାକୁ ମାନିଛି ପ୍ରଯୁକ୍ତି

ଅନେକ ଅସଂଯତ ଧାରା
ବୋଲାଂତି ଭାଷା ପରଂପରା
ପ୍ରଥା ଯୋଗୁଁ ମିଳୁଛି ବ୍ୟଥା
ଲେଖିଶିଖିନୁ ମନକଥା

ଯେ ଯାହା ଦେଇଛଂତି ଲଦି
ସବୁ ବୋହୁଛୁଁ କାଂଦି କାଂଦି
କିପରି ମିଳିପାରେ ମୁକ୍ତି
ବତାଂତୁ ଭାଷାପ୍ରେମୀ ବ୍ୟକ୍ତି

 

Comments are closed.