Latest Odisha News

BREAKING NEWS

ଦେଶର ସର୍ବକନିଷ୍ଠ ଧନୀ ତାଲିକାରେ ୧୯ ବର୍ଷୀୟ କୈବଲ୍ୟ ଭୋରା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଏକ ନମ୍ବର ଧନୀ ବ୍ୟକ୍ତିଙ୍କ ଆଇଆଇଏଫଏଲ ୱେଲଥ୍ ହୁରୁନ୍ ୨୦୨୨ ତାଲିକା ପ୍ରକାଶ ପାଇଛି। ଏଥିରେ ଦ୍ରୁତତମ ବାଣିଜ୍ୟ କମ୍ପାନୀ ଜିପଟୋ’ର ସହ-ପ୍ରତିଷ୍ଠାତା କୈବଲ୍ୟ ଭୋରା ସର୍ବକନିଷ୍ଠ ଧନୀ ଟିନଏଜର (କିଶୋର) ସ୍ଥାନ ହସଲ କରିଛନ୍ତି। ଯିଏ ଷ୍ଟାର୍ଟଅପ୍ ଡେଲିଭରୀ କମ୍ପାନୀ ‘ଜିପଟୋ’ର ସହ ପ୍ରତିଷ୍ଠାତା। ତାଙ୍କ ସହିତ ୨୦ ବର୍ଷୀୟ ‘ଅଦିତ ପାଲିଚା’ ମଧ୍ୟ କନିଷ୍ଠତମ ଧନୀ ତାଲିକାରେ ସାମିଲ ଅଛନ୍ତି। କୈବଲ୍ୟଙ୍କ ବୟସ ମାତ୍ର ୧୯ ବର୍ଷ। ଏତେ କମ୍ ବୟସରେ ନିଜର ଗ୍ରୋସରୀ ଅନ୍‌ଲାଇନ୍ ପ୍ଲାର୍ଟଫର୍ମ ଜିପଟୋରୁ ସଫଳତା ହାସଲ କରିଛନ୍ତି। ଭୋରାଙ୍କ ବ୍ୟତୀତ ଫିଜିକ୍ସୱାଲାର ସହ-ପ୍ରତିଷ୍ଠାତା ଅଲଖ ପାଣ୍ଡେଙ୍କ ସମେତ ଅନ୍ୟାନ୍ୟ ଷ୍ଟାର୍ଟଅପ୍ କମ୍ପାନୀର ପ୍ରତିଷ୍ଠାତାମାନେ ମଧ୍ୟ ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଛନ୍ତି।

ଆଇଆଇଏଫଏଲ୍ ୱେଲଥ୍ ହୁରୁନ୍ ଇଣ୍ଡିଆ ରିଚ୍ ତାଲିକା ୨୦୨୨ ଅନୁଯାୟୀ, କୈବଲ୍ୟ ଭୋରା ୨୦୨୦ ମସିହାରେ ଅଦିତ୍ ପାଲିଚାଙ୍କ ସହ ମିଶି ଜେପ୍ଟୋ ପ୍ରତିଷ୍ଠା କରିଥିଲେ। ଗତ ଏକ ବର୍ଷ ମଧ୍ୟରେ ଏହାର ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଏଥିରୁ କୈବଲ୍ୟ ଭରାଙ୍କୁ ଅନେକ ଲାଭ ମିଳିଛି। ଭୋରା ମାତ୍ର ୧୯ ବର୍ଷ ବୟସରେ ଦେଶର ସବୁଠାରୁ ଧନୀ ଯୁବକ ଭାରତୀୟ ହୋଇପାରିଛନ୍ତି। ସେ ହେଉଛନ୍ତି ଦେଶର ପ୍ରଥମ କିଶୋର, ଯାହାର ସମ୍ପତ୍ତି ୧୦୦୦ କୋଟିରୁ ଅଧିକ। ରିପୋର୍ଟରେ କୁହାଯାଇଛି ଯେ ୧୦ ବର୍ଷ ପୂର୍ବେ ଦେଶର ସବୁଠାରୁ କନିଷ୍ଠ ଧନୀ ତାଲିକାରେ ଯେଉଁ ବ୍ୟକ୍ତି ସାମିଲ ଥିଲେ ତାଙ୍କର ବୟସ ୩୭ ବର୍ଷ ଥିଲା।

ଏହି ତାଲିକାରେ ୟୁନିକର୍ନ ଫିଜିକ୍ସର ସହ-ପ୍ରତିଷ୍ଠାତା ଅଲଖ ପାଣ୍ଡେ (୩୦ ବର୍ଷ) ଏବଂ ପ୍ରତୀକ ମହେଶ୍ୱରୀ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ଉଭୟ ପାଣ୍ଡେ ଏବଂ ମହେଶ୍ୱରୀଙ୍କର ବ୍ୟକ୍ତିଗତ ସମ୍ପତ୍ତି ୪,୦୦୦ କୋଟି ଟଙ୍କା ରହିଛି ଏବଂ ୧,୧୦୩ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ୩୯୯ ସ୍ଥାନ ପାଇଛନ୍ତି। ଫିଜିକ୍ସୱାଲା ଏକ ଆଡ଼ଟେକ୍ କମ୍ପାନୀ, ଯାହାକୁ କରୋନା ମହାମାରୀ ସମୟରେ ଅଲଖ ଏବଂ ମହେଶ୍ୱରୀ ପ୍ରତିଷ୍ଠିତ କରିଥିଲେ। ଜୁନ୍ ମାସରେ, କମ୍ପାନୀ ପ୍ରଥମ ଥର ପାଇଁ ୧୦୦ ମିଲିୟନ୍ ଡଲାରର ଏକ ଫଣ୍ଡିଂ ରାଉଣ୍ଡ ସମାପ୍ତ କରିଥିଲା। ଏହି ସମୟ ମଧ୍ୟରେ ଏହାର ମୂଲ୍ୟ ୧.୧ ବିଲିୟନ ଡ଼ଲାର ହେଲା।

ଆଇଆଇଏଫଏଲ୍ ୱେରଥ ହୁରୁନ୍ ଇଣ୍ଡିଆ ରିଚ୍ ତାଲିକା ୨୦୨୨ ଅନୁଯାୟୀ, ୨୦୨୨ ମସିହାରେ ପ୍ରଥମ ଥର ପାଇଁ ବ୍ୟକ୍ତିଗତ ଧନ ୧୦୦୦ କୋଟି କିମ୍ବା ତା’ଠାରୁ ଅଧିକ ଭାରତୀୟଙ୍କ ସଂଖ୍ୟା ୧୧୦୦ ଅତିକ୍ରମ କରିଛି। ୨୦୨୧ ତୁଳନାରେ ଚଳିତ ବର୍ଷ ଏହି ସଂଖ୍ୟା ୯୬ ଅଧିକ ଏବଂ ଗତ ୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ୬୨ ପ୍ରତିଶତ ବୃଦ୍ଧି ପାଇଛି।

Leave A Reply

Your email address will not be published.