Latest Odisha News

BREAKING NEWS

ଭାଷା ଭାଗବତ : ଜ୍ଞାନ ସଂଗ୍ରାହକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପୁସ୍ତକ ପଢ଼ି ପାଉଁ ଜ୍ଞାନ
ସେ ଜ୍ଞାନ କରିଲେ ଲିଖନ
ସ୍ମୃତିରେ ରହେ ବହୁ ଦିନ
ତେବେ ବି ତାହା ପର ଜ୍ଞାନ

ଅନୁଭୂତିରୁ ପାଇ ଜ୍ଞାନ
ମନରେ କରିଲେ ଧାରଣ
ହୁଏ ତା ଅନୁଭବାଶ୍ରିତ
ଜ୍ଞାନୀ ହୁଅଂତି ଉପକୃତ

ନୂଆ ବାଗରେ ପୂର୍ବଗାଥା
ଗାଇଲେ ସମୟ ଅଯଥା
ହୁଅଇ ଅକାରଣେ ନଷ୍ଟ
ଜ୍ଞାନ ହୁଏନି କେବେ ସ୍ପଷ୍ଟ

ଏପରି ଜ୍ଞାନ ସଂଗ୍ରାହକ
ହୁଅଂତି ଅନ୍ୟର ସ୍ତାବକ
କରଂତି ବୃଥା ଗୁଣଗାନ
ମିଳେନି ସ୍ବଜ୍ଞାନକୁ ମାନ

ଅଳ୍ପଜ୍ଞ ଲୋକଂକ ସହିତ
ହୋଇଲେ ବେଶି ପରିଚିତ
ଜ୍ଞାନ ହୁଅଇ ଅଂତର୍ହିତ
ଜିଅଂତି ଧାରଣା ସହିତ

ମତ, ଧାରଣା ଓ ବିଶ୍ବାସ
ଶୁଦ୍ଧ ଜ୍ଞାନକୁ କରି ନାଶ
ଦେଖାଂତି ନିଜର ସାହସ
ତେଣୁ ସହଂତି ଉପହାସ

 

Comments are closed.