Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

“କଣ ଭାବୁଛ ? ତୁମ ନାଁ ପରା ଦୁଇ ଥର ଡକା ଗଲାଣି , ଯାଅ ଡାକ୍ତରଙ୍କ ଚ୍ୟାମ୍ବରକୁ । ଡ଼ଃ ଯାହା ଯାହା ପଚାରିବେ ଠିକ ଠିକ କହିବ , କିଛି ଲୁଚେଇବନି ।” ଏତକ କହି ସମ୍ଭବ ବାହାରେ କାକୁସ୍ଥ ହୋଇ ଅପେକ୍ଷା କରି ବସିଥାଏ !!

କିଛି ସମୟ ପରେ ଆସ୍ଥା ପ୍ରେସକ୍ୟୁସନ ଧରି ବାହାରକୁ ଆସିଲା ! ଓଠରେ ସରୁ ହସ ଟିଏ ଖେଳେଇ ସମ୍ଭବ ଙ୍କୁ କହିଲା! “ବ୍ୟସ୍ତ ହୁଅନି ମୁଁ ଠିକ ଅଛି ,କିଛି ଦିନ ମେଡ଼ିସିନ ଖାଇ ବିଶ୍ରାମ ନେଇଗଲେ ପୁରା ଠିକ ହୋଇଯିବି ,ଏଥର ଚାଲ ଘରକୁ।”

*ସମ୍ଭବ ,ଆସ୍ଥା ଚାହିଁ ,”ଘରକୁ ? ଏତେ ଦିନ ପରେ ମୋ ସ୍ତ୍ରୀ ଆଉ ପିଲାମାନଙ୍କୁ ନେଇ ବାହାରକୁ ଆସିଛି ,ସିଧା ଘରକୁ ପଳେଇବି ବୋଲି ? ଚାଲ ଆଗ ହୋଟେଲରେ ପେଟେ ଲାଦି କରି ଖାଇବା । ତାପରେ ଆଇସକ୍ରିମ, ସପିଂ ,ପାର୍କ ତାପରେ ଯାଇ ଘରକୁ , ନା କଣ କହୁଛ ପିଲେ ?” ଓଁ ଆଉ ସ୍ୱାହା ଏକ ସ୍ୱରରେ ଇଏସ ପାପା ,ଇଏସ ପାପା କହି ଖୁସିରେ ନାଚି ଉଠି ଲେ !

ଦିନ ସାରା ମଜାମଜଲିସ କରି ଘରକୁ ଫେରିଲେ ସମ୍ଭବ ଆସ୍ଥା ଆଉ ପିଲାମାନଙ୍କୁ ନେଇ । ଆସ୍ଥାକୁ ସ୍ୱାଭାବିକ କରିବା ପାଇଁ ଏମିତି ମଝିରେ ମଝିରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସହିତ ବିଭିନ୍ନ ଜାଗା ବୁଲେଇବା, ତାର ଅଧିକ ରୁ ଅଧିକ ଯତ୍ନ ନେଉଥିଲେ ସମ୍ଭବ । କିଛି ଦିନ ଭିତରେ ଆସ୍ତେ ଆସ୍ତେ ଆସ୍ଥା ସ୍ୱାଭାବିକ ଜୀବନ ଜୀଇଁବାକୁ ଲାଗିଲା ! ସମ୍ଭବ ପିଲାମାନଙ୍କର ଯତ୍ନ ପୂର୍ବ ଭଳି ନେବାକୁ ଲାଗିଲା ! ସକାଳୁ ଉଠି ଗାଧେଇପାଧୋଇ ପୂଜା ଘରେ ଫୁଲ, ଚନ୍ଦନ ,ସିନ୍ଦୂର ଧୂପ ଦୀପ ଦେଇ ପୂଜା କରି ସମସ୍ତଙ୍କୁ ପ୍ରସାଦ ଦେଲାଣି ! ସନ୍ଧ୍ୟାରେ ସନ୍ଧ୍ୟା ଦେଇ ଗୁଣୁ ଗୁଣୁ ହୋଇ ପ୍ରାର୍ଥନା କରିବା ଆରମ୍ଭ କରିଛି ଏଇ କିଛି ଦିନ ହେବ! ସମ୍ଭବ ବି ଆଢୁଆଳରେ ରହି ଆସ୍ଥାର ମିଠା ସ୍ୱରକୁ ଶୁଣି ମନେ ମନେ ଆଲ୍ହାଦିତ ହେଉଛନ୍ତି ! ପିଲାମାନେ ବି ଖୁସିରେ ବିଭୋର ! ପୁଣି ଥରେ ଘରକୁ ଖୁସି ଫେରି ଆସିଛି !

ପିଲାମାନେ ସ୍କୁଲକୁ ଆଉ ସମ୍ଭବ କୋର୍ଟକୁ ଗଲାପରେ ଆଜି ପୁଣି ଥରେ ପୁରୁଣା ଅଧା ପକେଇ ଥିବା କାହାଣୀ ଗୁଡିକୁ ସମ୍ପୂର୍ଣ୍ଣ ରୂପ ଦେବ ! ମନେ ମନେ ଭାରି ଖୁସି ଅନୁଭବ କରୁଚି ଆସ୍ଥା ! ସବୁଠୁ ବେଶି ଖୁସି ସେ ଯେ, ସତରେ ସମ୍ଭବ ପରିବର୍ତ୍ତନ ହୋଇ ନାହାନ୍ତି ଯେ, ପୁଣି ଥରେ ତା ଭାଗ୍ୟର ଉଦୟ ହୋଇଛି ! ଏତିକି ବେଳକୁ ମୋବାଇଲ ରିଂ ଅତର୍କିତ ଭାବରେ ଗର୍ଜି ଉଠିଲା ……ପ୍ଲିଜ ରିସିଭ ଇୟୋ ର୍ କଲ୍ ?

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

“କଣ ଭାବୁଛ ? ତୁମ ନାଁ ପରା ଦୁଇ ଥର ଡକା ଗଲାଣି , ଯାଅ ଡାକ୍ତରଙ୍କ ଚ୍ୟାମ୍ବରକୁ । ଡ଼ଃ ଯାହା ଯାହା ପଚାରିବେ ଠିକ ଠିକ କହିବ , କିଛି ଲୁଚେଇବନି ।” ଏତକ କହି ସମ୍ଭବ ବାହାରେ କାକୁସ୍ଥ ହୋଇ ଅପେକ୍ଷା କରି ବସିଥାଏ !!

କିଛି ସମୟ ପରେ ଆସ୍ଥା ପ୍ରେସକ୍ୟୁସନ ଧରି ବାହାରକୁ ଆସିଲା ! ଓଠରେ ସରୁ ହସ ଟିଏ ଖେଳେଇ ସମ୍ଭବ ଙ୍କୁ କହିଲା! “ବ୍ୟସ୍ତ ହୁଅନି ମୁଁ ଠିକ ଅଛି ,କିଛି ଦିନ ମେଡ଼ିସିନ ଖାଇ ବିଶ୍ରାମ ନେଇଗଲେ ପୁରା ଠିକ ହୋଇଯିବି ,ଏଥର ଚାଲ ଘରକୁ।”

*ସମ୍ଭବ ,ଆସ୍ଥା ଚାହିଁ ,”ଘରକୁ ? ଏତେ ଦିନ ପରେ ମୋ ସ୍ତ୍ରୀ ଆଉ ପିଲାମାନଙ୍କୁ ନେଇ ବାହାରକୁ ଆସିଛି ,ସିଧା ଘରକୁ ପଳେଇବି ବୋଲି ? ଚାଲ ଆଗ ହୋଟେଲରେ ପେଟେ ଲାଦି କରି ଖାଇବା । ତାପରେ ଆଇସକ୍ରିମ, ସପିଂ ,ପାର୍କ ତାପରେ ଯାଇ ଘରକୁ , ନା କଣ କହୁଛ ପିଲେ ?” ଓଁ ଆଉ ସ୍ୱାହା ଏକ ସ୍ୱରରେ ଇଏସ ପାପା ,ଇଏସ ପାପା କହି ଖୁସିରେ ନାଚି ଉଠି ଲେ !

ଦିନ ସାରା ମଜାମଜଲିସ କରି ଘରକୁ ଫେରିଲେ ସମ୍ଭବ ଆସ୍ଥା ଆଉ ପିଲାମାନଙ୍କୁ ନେଇ । ଆସ୍ଥାକୁ ସ୍ୱାଭାବିକ କରିବା ପାଇଁ ଏମିତି ମଝିରେ ମଝିରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସହିତ ବିଭିନ୍ନ ଜାଗା ବୁଲେଇବା, ତାର ଅଧିକ ରୁ ଅଧିକ ଯତ୍ନ ନେଉଥିଲେ ସମ୍ଭବ । କିଛି ଦିନ ଭିତରେ ଆସ୍ତେ ଆସ୍ତେ ଆସ୍ଥା ସ୍ୱାଭାବିକ ଜୀବନ ଜୀଇଁବାକୁ ଲାଗିଲା ! ସମ୍ଭବ ପିଲାମାନଙ୍କର ଯତ୍ନ ପୂର୍ବ ଭଳି ନେବାକୁ ଲାଗିଲା ! ସକାଳୁ ଉଠି ଗାଧେଇପାଧୋଇ ପୂଜା ଘରେ ଫୁଲ, ଚନ୍ଦନ ,ସିନ୍ଦୂର ଧୂପ ଦୀପ ଦେଇ ପୂଜା କରି ସମସ୍ତଙ୍କୁ ପ୍ରସାଦ ଦେଲାଣି ! ସନ୍ଧ୍ୟାରେ ସନ୍ଧ୍ୟା ଦେଇ ଗୁଣୁ ଗୁଣୁ ହୋଇ ପ୍ରାର୍ଥନା କରିବା ଆରମ୍ଭ କରିଛି ଏଇ କିଛି ଦିନ ହେବ! ସମ୍ଭବ ବି ଆଢୁଆଳରେ ରହି ଆସ୍ଥାର ମିଠା ସ୍ୱରକୁ ଶୁଣି ମନେ ମନେ ଆଲ୍ହାଦିତ ହେଉଛନ୍ତି ! ପିଲାମାନେ ବି ଖୁସିରେ ବିଭୋର ! ପୁଣି ଥରେ ଘରକୁ ଖୁସି ଫେରି ଆସିଛି !

ପିଲାମାନେ ସ୍କୁଲକୁ ଆଉ ସମ୍ଭବ କୋର୍ଟକୁ ଗଲାପରେ ଆଜି ପୁଣି ଥରେ ପୁରୁଣା ଅଧା ପକେଇ ଥିବା କାହାଣୀ ଗୁଡିକୁ ସମ୍ପୂର୍ଣ୍ଣ ରୂପ ଦେବ ! ମନେ ମନେ ଭାରି ଖୁସି ଅନୁଭବ କରୁଚି ଆସ୍ଥା ! ସବୁଠୁ ବେଶି ଖୁସି ସେ ଯେ, ସତରେ ସମ୍ଭବ ପରିବର୍ତ୍ତନ ହୋଇ ନାହାନ୍ତି ଯେ, ପୁଣି ଥରେ ତା ଭାଗ୍ୟର ଉଦୟ ହୋଇଛି ! ଏତିକି ବେଳକୁ ମୋବାଇଲ ରିଂ ଅତର୍କିତ ଭାବରେ ଗର୍ଜି ଉଠିଲା ……ପ୍ଲିଜ ରିସିଭ ଇୟୋ ର୍ କଲ୍ !

 

କ୍ରମଶଃ

Leave A Reply

Your email address will not be published.