ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ନିଜେ ନିଜର କ୍ଷତିକାରୀ
ନିଜେ ହିଁ ନିଜର ବଇରି
ହେବାର ଥିଲେ ପ୍ରବଣତା
କେହି ବୁଝେନି ନିଜ ବ୍ୟଥା
ସର୍ବଦା ହୋଇ ବହିର୍ମୁଖ
ଯେ ପାଇଥାଏ ତୁଚ୍ଛ ସୁଖ
ତାହାର ଆତ୍ମପରିଚୟ
କ୍ରମଶଃ ହେଉଥାଏ କ୍ଷୟ
ଅନୁଭୂତିରୁ ନେଇ ଶିକ୍ଷା
ଯେ କରେ ନିଜକୁ ସମୀକ୍ଷା
ଅଲୋଡ଼ା ହୁଏ ଗୁରୁଦୀକ୍ଷା
ସର୍ବଦା ଦିଏ ସେ ପରୀକ୍ଷା
ନ କରେ କେବେ କୃପା ଭିକ୍ଷା
ଜିଇଁରହେ ସେ ଏକା ଏକା
ନିଜକୁ କରିଲେ ଭରସା
ପୂରଣ ହୁଏ ସବୁ ଆଶା
ଜ୍ଞାନର ଭିତ୍ତି ହେଲେ ଭାଷା
ବ୍ୟକ୍ତିର ଜୀବନେ ସୁଦଶା
ଆସେ ନିଶ୍ଚୟ ବାରଂବାର
ମିଳେ ଅଶେଷ ଉପକାର
Comments are closed.