Latest Odisha News

ଭାଷା ଭାଗବତ : ଉନ୍ନତ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

କରି ଅଧିକ ଯୁକ୍ତିତର୍କ
କାଟିଲେ ଅନେକ ସଂପର୍କ
ଏକାକୀ ହୋଇଯାଏ ବ୍ୟକ୍ତି
କ୍ରମଶଃ କମେ ତା’ର ଶକ୍ତି

କଥା କହି ଯେ ଥାଏ ଜିତି
କାମ ବେଳକୁ ସହେ କ୍ଷତି
ସର୍ବଦା ତର୍କପରାୟଣ
ଲୋକ ହିଁ ହୁଏ ହଇରାଣ

ନିଜର ଯୁକ୍ତି ଅନୁଯାୟୀ
କରି ହୋଇଲେ ନିଜେ ଦାୟୀ
କେହି କିଛି କହଂତିନାହିଁ
ଅଯଥା ତର୍କ କାହିଁ ପାଇଁ

ପ୍ରଭାବଶାଳୀ ହେବା ପାଇଁ
ଏଠୁ ସେଠାକୁ ଧାଇଁ ଧାଇଁ
ଯେ ସାରେ ଅମୂଲ୍ୟ ସମୟ
ନିଶ୍ଚୟ ଲଭେ ପରାଜୟ

କହିଲେ ସୁଦ୍ଧା ସତ କଥା
କାମରେ ଦିଶେନି ସର୍ବଥା
ତେଣୁ ନୁହେ ବିଶ୍ବସନୀୟ
ବଢ଼ାଇ ପାରେନି ପ୍ରତ୍ୟୟ

କାମର ପରିଣାମ ଦେଖି
ଲୋକେ ପାରଂତି ସବୁ ଶିଖି
କରିଲେ ଶୁଦ୍ଧ ଜ୍ଞାନାର୍ଜନ
ଉନ୍ନତ ହୁଅଇ ଜୀବନ

Leave A Reply

Your email address will not be published.