Latest Odisha News

BREAKING NEWS

ଭାଷା ଭାଗବତ : ଶୁଦ୍ଧ ଜ୍ଞାନାଲୋକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

BjdElectrycity

ଅନାବଶ୍ୟକ ପୁନରୁକ୍ତି
ମୁଖ୍ୟତଃ କରେ ଯେଉଁ ବ୍ୟକ୍ତି
ତାହାର ଭାବିବାର ଶକ୍ତି
ପାଏନାହିଁ ମନରୁ ମୁକ୍ତି

ପୁନର୍ଲିଖନକାରୀ ଲୋକ
ପାଏନି ଶୁଦ୍ଧ ଜ୍ଞାନାଲୋକ
ସଦ୍ୟ ଅର୍ଜିତ ଶୁଦ୍ଧଜ୍ଞାନ
ତା ପାଇଁ ସପନ ସମାନ

ମନକୁ କରି ଅଳସୁଆ
ହାତକୁ କରିଲେ କାଢ଼ୁଆ
ପୁରୁଣା ବହିପତ୍ର ପଢ଼ି
ଉତାରେ ଶବ୍ଦ ଧାଡ଼ି ଧାଡ଼ି

ଏପରି ଯାଂତ୍ରିକ ପଦ୍ଧତି
ଯୋଗୁଁ ହେଉଛି ଯେତେ କ୍ଷତି
କଳନା କରିନାହିଁ କେହି
ଯେ ଯା ଇଚ୍ଛାରେ ଥାଂତି ରହି

ଚିଂତାର ଧାର ହେଲେ କ୍ଷୀଣ
ଯାହା ଓ ଯେତିକି ଲକ୍ଷଣ
ଭାଷାରେ ଦେଖା ଦେଇପାରେ
ସବୁ ଦିଶୁଛି ଏହିଠାରେ

Leave A Reply

Your email address will not be published.