Latest Odisha News

BREAKING NEWS

ଭାଷା ଭାଗବତ : ଆଗମୁହାଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପଛ ଆଡ଼କୁ ଦେଖି ଦେଖି
କେ ସତେ ଚାଲିପାରିବ କି ?
ସଭିଏଁ ଜାଣଂତି ଉତ୍ତର
ମୁହଁ ବୁଲାଂତି ବାରଂବାର

ଚାଲିଲେ ହୋଇ ଆଗମୁହାଁ
ସବୁ ଦିଶିବ ନୂଆ ନୂଆ
ସଂଭବ ହେବ ଦ୍ରୁତ ଗତି
ଚଂଚଳ ଘଟିବ ଉନ୍ନତି

ଆଗକୁ ବଢିବାର ବାଟ
ଦିଶଇ ସବୁବେଳେ ସ୍ପଷ୍ଟ
ଚକ୍ରପଥରେ ଘୂରି ଘୂରି
ବିକାଶ ହୁଏନି କାହାରି

ସଭିଏଁ ହେଲେ ଆଗମୁହାଁ
ଉନ୍ନତ ହେବ ଏ ଦୁନିଆ
ଭାଷାରେ ଲିଖିତ ଲିଖନ
ମୂଳତଃ ହୁଏ ଅକାରଣ

 

Comments are closed.