Latest Odisha News

BREAKING NEWS

ଶିଶୁ କବିତା : ସୃଷ୍ଟିର ନିୟମ

ପ୍ରତିଭା ସାହୁ

ଘୋର ଅନ୍ଧାର ମାଡି ଆସିଲା
ଵିଜୁଳି ଚିକି ମିକି
ଗଛରେ ବସି ପାତି ମାଙ୍କଡ
ଡରରେ ଜାକିଜୁକି ।

ଦୂରରୁ ଥାଇ ଗୁଣ୍ଡୁଚି ମୂଷା
କହିଲା ମାଙ୍କଡ ଭାଇ
ମେଘକୁ ଦେଖି ଏତେ ଛାନିଆଁ
ହେଉଛୁ କାହିଁ ପାଇଁ ।

ବରଷା ଏବେ ଯିବରେ ଛାଡି
ଆସିବ ମାଡି ଶୀତ
ଡାଳରୁ ଡାଳ ଡେଇଁ ଡେଇଁକା
ଗାଇବୁ କେତେ ଗୀତ ।

ଶୀତ ପରେ ଖରା ଏଇ ନିୟମ
ସୃଷ୍ଟିର ଆରମ୍ଭରୁ
ଜୀବ ଜଗତେ ବଞ୍ଚିବା ଆମେ
ହେବାନି କେହି ଭୀରୁ ।

ବ୍ଇଣ୍ଡା
ହାଇସ୍କୁଲ ରୋଡ୍ (ଅନୁଗୋଳ)

Leave A Reply

Your email address will not be published.