Latest Odisha News

BREAKING NEWS

ଭାଷା ଭାଗବତ : ଗ୍ରାମବାସୀଂକ ଖାଦ୍ୟ, ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପଖାଳ, ଲୁଣ, ଲଂକା, ଶାଗ
ଖାଆଂତି ଲୋକ ବେଶି ଭାଗ
ତହିଁର ତିଆରି କୌଶଳ
ଯୋଗାଏ ତାଂକୁ ଶ୍ରମ ବଳ

ଦେହରୁ ନିଗାଡ଼ଂତି ଝାଳ
ସୁସ୍ଥ ରହଂତି ଦୀର୍ଘ କାଳ
ଜୀବନ ରକ୍ଷା ପାଇଁ ଖାଇ
ସଂସାରେ ରହିଥାଂତି ଜିଇଁ

ସେମାନଂକର ଖାଦ୍ୟ ରୁଚି
ଏଯାଏଁ ଲୁଚି ରହିଅଛି
ଏ ବିଡ଼ଂବନା ସତ୍ତ୍ବେ ଲୋକ
ଶାଂତ କରଂତି ପେଟ ଭୋକ

ପ୍ରକୃତି-ଦତ୍ତ ଖାଦ୍ୟାବଳି
ଖାଇ ପାରଂତି ସୁଖେ ଚଳି
ରାଂଧୁଣିଆ କି ସୂପକାର
ପଡ଼ଂତିନାହିଁ ଦରକାର

କରଂତି ସରଳ ଭୋଜନ
କରଂତି ନିତି ଶ୍ରମଦାନ
ମାଟିର ଅମୃତ ସଂତାନ
ପାଉନାହାଂତି ତ ସମ୍ମାନ !

ସେପରି ତାଂକ ସିଧା କଥା
ଚଳାଇ ରଖିଛି ବ୍ୟବସ୍ଥା
ତାଂକଠୁଁ ଯଥେଷ୍ଟ ପ୍ରେରଣା
ନେବାର ଅଛି ସଂଭାବନା

ତଥାକଥିତ ଜ୍ଞାନବଂତ
ବୁଝିନାହାଂତି ଏ ପର୍ଯଂତ
ତାଂକର ମୌଳିକ କୌଶଳ
ଏମିତି ଆମର ଉତ୍କଳ

ଗ୍ରାମବାସୀଂକୁ ଦେଲେ ଧ୍ୟାନ
ସଂଭବ ରାଜ୍ୟର ଉତ୍‌ଥାନ

Comments are closed.