Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଅନ୍ୟତମ ଚର୍ଚିତ ବିଭବଟି ହେଉଛି ବାଇଶି ପାହାଚ ସିଂହଦ୍ୱାର ଗୁମୁଟଠାରୁ ଆରମ୍ଭ ହୋଇ କୂର୍ମ ବେଢା ପର୍ଯ୍ୟନ୍ତ ପ୍ରାୟ ୧୫୦ ଫୁଟ ବ୍ୟବଧାନ ମଧ୍ୟରେ ନିର୍ମିତ୍ତ ପାବଛ ଶ୍ରେଣୀକୁ ବହିସ୍ଥ ପାହାଚ କୁହାଯାଉଥିଲା। ପରେ ଏହି ବହିସ୍ଥ ପାହାଚ ଅପଭ୍ରଂଶ ହୋଇ ବାଇଶି ପାହାଚ ହୋଇଛି। ନଚେତ ସଂଖ୍ୟା ଅନୁସାରେ ଏହା ବାଇଶି ନୁହେଁ ବୋଲି ଆମେ ପୂର୍ବରୁ ଆଲୋଚନା କରିଛେ। ଅଧୁନା ସମୁଦାୟ ୧୮ ଟି ଦୃଷ୍ଟି ଗୋଚର ହୁଏ। ଆନନ୍ଦ ବଜାର ଆଡକୁ ଯାଇଥିବା ମାର୍ଗର ବୃତ୍ତାକାର ପାହାଚ ୨ ଟି ଓ ଭିତର ଗୁମୁଟ ପାହାଚକୁ ମିଶାଇଲେ ୨୨ ପାହାଚ ହେଉଛି ବୋଲି ବିବେଚନା କରାଯାଏ। ସେ ଯାହା ହେଉ ଶ୍ରଦ୍ଧାଳୁଙ୍କ ପାଇଁ ଏହା ବାଇଶି ପାହାଚ ନାମରେ ଖ୍ୟାତ ଅଟେ। ଅନୁମାନ କରାଯାଏ ରାଜା ଭାନୁଦେବ ଏହାକୁ ନିର୍ମାଣ କରିଥିଲେ ପ୍ରତ୍ୟେକ ପାହାଚ ର ଲମ୍ବ ୭୦ ଫୁଟ ଓ ଓସାର ୬ ଫୁଟ ଥିବା ବେଳେ ଗୋଟିଏ ପାହାଚରୁ ଅନ୍ୟ ପାହାଚର ଉଚ୍ଚତା ପ୍ରାୟ ୬ ରୁ ୭ ଇଞ୍ଚ ଅଟେ। ଏହା ବଉଳମାଳ ପଥରରେ ନିର୍ମିତ୍ତ ହୋଇଛି। କେତେକ ଗବେଷକ ସିଂହ ଦ୍ୱାର ଗୁମୁଟରୁ କୂର୍ମ ବେଢା ଓ ରୋଷ ଘର ତଥା ଆନନ୍ଦ ବଜାରକୁ ଯିବାକୁ ଥିବା ପାହାଚ ଶ୍ରେଣୀକୁ ମିଶାଇ 22ପାହାଚ ର ପରିକଳ୍ପନା କରିଛନ୍ତି
ଏହି ବାଇଶି ପାହାଚ ମଧ୍ୟରେ ଅଷ୍ଟlଦଶ ପାହାଚ ଟି ଓସାରରେ ପ୍ରାୟ ୧୫ ଫୁଟ ଅଟେ, ସମ୍ଭବତଃ ଏହା ଦୁଇଟି ପାହାଚର ସମ୍ମିଳିତ ରୂପ ଅଟେ। ସେହିପରି ତୃତୀୟ ପାହାଚର ଦକ୍ଷିଣ ପାର୍ଶ୍ଵରେ ପ୍ରଭୂ କାଶୀ ବିଶ୍ୱନାଥ ବିରାଜମାନ କରିଛନ୍ତି। ସେହି ଦକ୍ଷିଣ ପାର୍ଶ୍ଵରେ ଶ୍ରୀରାମଚନ୍ଦ୍ର ଓ ଶ୍ରୀନରସିଂହଙ୍କ କ୍ଷୁଦ୍ର ମନ୍ଦିର ମଧ୍ୟ ରହିଛି। ବାଇଶି ପାହାଚର ଦୁଇ ପାର୍ଶ୍ଵରେ (ଉତ୍ତର ଓ ଦକ୍ଷିଣ )ସୁଦୃଢ ପ୍ରାଚୀର ରହିଛି। ଏହା ତ ବାଇଶି ପାହାଚ ର ବାହ୍ୟ ତତ୍ତ୍ୱ କିନ୍ତୁ ଆଧ୍ୟାତ୍ମିକ ଭାବରେ ବିଚାର କଲେ ଅନେକ ପ୍ରକାର ତଥ୍ୟ ଏହା ସହିତ ଜଡିତ ଅଛି। ପ୍ରାଧ୍ୟାପକ ଗୋପାଳ ଚନ୍ଦ୍ର ତ୍ରିପାଠୀଙ୍କ ରଚିତ ପୁସ୍ତକ “ଶ୍ରୀକ୍ଷେତ୍ରଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ “ରେ ଉଲ୍ଲେଖ ଅଛି ଜୈନ ଧର୍ମ ଅନୁସାରେ ବାଇଶି ଜଣ ଜୈନ ତ୍ରିଥଙ୍କରଙ୍କ ପ୍ରତୀକ ବାଇଶି ପାହାଚ, ଅବଶ୍ୟ ଏହା ଜୈନ ଧର୍ମରେ ବିଶ୍ୱାସ କରୁଥିବା ଶ୍ରଦ୍ଧାଳୁଙ୍କ ବ୍ୟତୀତ ଅନ୍ୟ ମାନେ ଗ୍ରହଣ କରିନଥାନ୍ତି। ସେଥିପାଇଁ ଶ୍ରୀ ତ୍ରିପାଠୀ ପୁନଶ୍ଚ ଏହାକୁ ଚତୁର୍ଦ୍ଦଶ ଭୁବନ ଓ ଅଷ୍ଟ ବୈକୁଣ୍ଠ ର ସମଷ୍ଟି ବୋଲି କହିଛନ୍ତି। ଅନ୍ୟ ଏକ ମତରେ ତତ୍ତ୍ୱବିତମାନେ କହିଲେ ଶ୍ରୀଜଗନ୍ନାଥ ସ୍ୱୟଂ ଭାଗବତ ସ୍ୱରୂପ ହୋଇ ଥିବାରୁ ଭାଗବତର ଦ୍ୱାଦଶ ସ୍କନ୍ଦ ଓ ତହିଁରେ ସନ୍ନିବେଷିତ ଦଶ ତତ୍ତ୍ୱ ମିଶି ହୋଇଛି ବାଇଶି। ଆଗାମୀ ଅଧ୍ୟ୍ୟlୟରେ ଏହି ଅଷ୍ଟ ବୈକୁଣ୍ଠ ଓ ଦଶ ତତ୍ତ୍ୱ ବିଷୟରେ ବିଷଦ ଆଲୋଚନା କରିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

ପ୍ରକୃତି ଭେଦ ତିନି ଗୁଣ
ତତ୍ତ୍ୱରେ ନୁହନ୍ତି ଗଣନ ।
କାଳ ସ୍ଵଭାଵ ଯେ ଈଶ୍ୱର
ତ୍ରିଗୁଣୁ ଅଟନ୍ତି ସେ ପର ।
ତାହାର ସର୍ଵ ଶକ୍ତି ଭାବେ
ତା ତହୁଁ ତ୍ରିଗୁଣ ସମ୍ଭବେ ।
ତେଣୁ ଏ ସଂସାରେ ଭକତ
ଯେ ସୂତ୍ର ନାମ ମହତତ୍ତ୍ୱ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.