Latest Odisha News

BREAKING NEWS

ଭାଷା ଭାଗବତ : ଭାଷାରେ ଭେଳିକି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ନାନା ଲୋକଂକ ନାନା ମତ
କେଉଁଟି ମିଛ ଅବା ସତ
ନ ଜାଣେ ଯେଣୁ ଶ୍ରୋତା ଚିତ୍ତ
କିଛି ହୁଏନି ପ୍ରତିଷ୍ଠିତ

ଅଶେଷ ମତ ବିନିମୟ
ଚଳିଲେ ସୁଦ୍ଧା ଅହରହଃ
ବାହାରି ପାରେନି ନିଷ୍କର୍ଷ
ବିତିଯାଏ ମାସ ଓ ବର୍ଷ

ଦୋହଲୁଥାଏ ଯାହା ମନ
କରେନି କେବେ ସମାଧାନ
ସମସ୍ୟା ରହିଥାଏ ପଡ଼ି
ଗୋଡ଼ରେ ଖଂଜାହୁଏ ବେଡ଼ି

ଦାୟିତ୍ବ ବିହୀନ କ୍ଷମତା
ପାଇଲେ, ଏପରି ଅବସ୍ଥା
ସହିତ କରି ବୁଝାମଣା
ସଂଭାଳୁଁ ପେଟ ଓ ପାଟଣା

ବ୍ୟକ୍ତିଚାଳିତ ହେଲେ ଦେଶ
ନାଗରିକଂକୁ ମିଳେ କ୍ଳେଶ
ନୀତିର ପୁନରାଗମନ
ଏବେ ତ ଶୁଦ୍ଧ ଦିବାସ୍ବପ୍ନ

ଚଳୁଛି ମତ ଦିଆନିଆ
ଭାଷାରେ ଭେଳିକି ଭଳିଆ
ନାହିଁ ନିର୍ଦିଷ୍ଟ କାର୍ଯକ୍ରମ
କିପରି ହେବା ସର୍ବୋତ୍ତମ ?

ଆପଣା ସତ ଆପେ ବୁଝି
କାମ କରିବା ପାଇଁ ରାଜି
ହୋଇଲେ ସ୍ବଭାଷୀ ସଂତାନ
ବଢ଼ିବ ଭାଷାର ସମ୍ମାନ

Leave A Reply

Your email address will not be published.