ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଶୁଷ୍କ ଆଦର୍ଶଭରା କଥା
ତୁଂଡର ବାଲ୍ୟ ଚପଳତା
ଶୁଣିଲେ ହୁଏ ମୁଂଡବଥା
ହୋଇପାରେନି ବାସ୍ତବତା
ସ୍ବଭାଷା ଶବ୍ଦ ବହୁବର୍ଣୀ
କରିଲେ ନ ବୁଝି, ନ ଜାଣି
ହୁଏନି କାହା ଉପକାର
ଲୋକେ କରଂତି ଅସ୍ବୀକାର
‘ ମାଟି ‘ କୁ କରିଲେ ‘ ମୃତ୍ତିକା ‘
‘ ମାଛି ‘ କୁ କରିଲେ ‘ ମକ୍ଷିକା ‘
‘ କୁହୁଡ଼ି ‘ ହେଲେ ‘ କୁଜ୍ଝଟିକା ‘
ଭାଷା କି ଚଳିବ ଅବିକା ?
ପ୍ରଶ୍ନକୁ ଘାଂଟି ନିଜ ମନେ
ଉତ୍ତର ଖୋଜି ଏଣେ ତେଣେ
କରିବା ସ୍ବଭାଷା ଲିଖନ
ପଢ଼ିଲେ ବୁଝିବେ ସ୍ବଜନ
ଭାଷାର ଶାବ୍ଦିକ ଉଚ୍ଚତା
ଯୋଗାଏନାହିଁ ନିରାପତ୍ତା
ବକ୍ତା ଓ ଶ୍ରୋତା ଉଲ୍ଲସିତ
ହେଲେ ହେଁ ହୁଏନାହିଁ ହିତ
କେବଳ ପ୍ରସିଦ୍ଧି ଅର୍ଜନ
ନିମଂତେ କଥନ,ଲିଖନ
ଯେହେତୁ ନୁହେ ସମୀଚୀନ
କରିବା ନିଶ୍ଚୟ ବର୍ଜନ
ଭାଷାକୁ କରିଲେ ସରଳ
ଭାଷୀଏ ପାଇଥାଂତି ବଳ
ସାହିତ୍ୟ ନୁହେ ଶବ୍ଦଖେଳ
ବୁଝଂତୁ ଲେଖକ ସକଳ
Comments are closed.