ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୩୪
ସ-ଆଦ୍ୟ କେତେ ଯୁକ୍ତାକ୍ଷର
ଶବ୍ବର ପ୍ରଥମ ଅକ୍ଷର
ହୁଅଂତି ଭାଷାରେ ଆମର
ବିକଳ୍ପ ନାହିଁ ଏ ସବୁର
ସ୍କଂଧ ସ୍ଖଳିତ ସ୍ତବ ସ୍ଥିର
ସ୍ନାନ ସ୍ଫଟିକ ସ୍ମିତ ସ୍ବର
ଦେଖୁଁ ଶବ୍ବର ଆଦ୍ୟାକ୍ଷର
ନ ମିଳେ ବିକଳ୍ପ କାହାର
କିଂତୁ ‘ ସ ‘ ହୋଇ ପରବର୍ଣ
‘ କ୍ସ ନ୍ସ ପ୍ସ ‘ କରଇ ଗଠନ
ନ ହୁଏ ଶବ୍ଦ ଆଦ୍ୟାକ୍ଷର
ସଂଭବ ବିକଳ୍ପ ଏହାର
‘ରିକ୍ସା’ର ରୂପ ହେଲେ ‘ରିକ୍ସା’
ଉନ୍ନତ ହୁଏନାହିଁ ଭାଷା
‘ଈପ୍ସା’କୁ କରିଦେଲେ ‘ଈପ୍ସା’
ପଡ଼େନି ଭାଷାର ସୁଦଶା
‘ସେନ୍ସସ୍’ ହୋଇଲେ ‘ସେନ୍ସସ’
ବଢ଼େନି ଭାଷାର ଉତ୍କର୍ଷ
ଶବ୍ବ ମଝିରେ ଥିବା ବର୍ଣ
କରଂତି ହଳଂତ ଧାରଣ
‘କ୍ସ ପ୍ସ ନ୍ସ’ ଭଳି ଯୁକ୍ତାକ୍ଷର
ନାହିଁ ଆମର ଦରକାର
ନିଜର ଲିପିକୁ ସଂଭାଳି
ସର୍ବେ ପାରିବା ସୁଖେ ଚଳି
ଶବ୍ଦର ପ୍ରଥମ ଅକ୍ଷର
ହଳଂତ କରେନି ସ୍ବୀକାର
‘ ସ୍ୱର ‘ ବଦଳରେ ‘ ସ୍ବର ‘
ଲିଖିତ ହୁଏ ସବୁଥର
‘ ସ୍ଥାନ ‘ ପରିବର୍ତେ ‘ ସ୍ଥାନ’
ଲେଖଂତି ଭାଷାଭାଷୀଗଣ
ଶୃଂଖଳା କରିବା ପାଳନ
ରଖିବା ଲିପିର ସମ୍ମାନ
Comments are closed.