Latest Odisha News

ଭାଷା ଭାଗବତ : ପରଂପରା କି ଭାଷା ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଅନାବଶ୍ୟକ ଯୁକ୍ତାକ୍ଷର
ଲେଖିଚାଲିଲେ ବାରଂବାର
ପ୍ରଶ୍ନ ଉଠୁଛି ବହୁ ଥର :
‘ ଭାଷା ବଡ଼ କି ଯୁକ୍ତାକ୍ଷର ? ‘

ଜଟିଳ ଲିଖନ ପଦ୍ଧତି
କରୁଛି ବହୁବିଧ କ୍ଷତି
ଏ ସତ୍ୟ ଜାଣି, ବୁଝି ସୁଦ୍ଧା
ଦେଉଛୁଁ ସଂସ୍କାରକୁ ବାଧା

ଅନ୍ୟାନ୍ୟ ବହୁ କ୍ଷେତ୍ର ପରି
ଭାଷାରେ ରହିଅଛି ପୂରି
ନାନା ପ୍ରକାର ଅସଂଗତି
କରୁଛି ଅବାରିତ କ୍ଷତି

ଭାଷାର ଲିଖନ କୌଶଳ
ଶିଖିବା ପାଇଁ ଯେତେ ବେଳ
ଅଯଥା ଯାଉଅଛି ସରି
କମୁଛି ଆଗ୍ରହ ସବୁରି

ଏ ଭାଷା ବ୍ୟବହାରକାରୀ
ଲେଖିବା ପାଇଁ ସଦା ଡରି
କହଂତି ଭୟପ୍ରସୂ କଥା
ତେଣୁ ତ ଏହି ଦୁରବସ୍ଥା

ଏଠି ଛାତ୍ର, ଶିକ୍ଷକ କୁଳ
ଘୋଷି ଘୋଷି ସାରଂତି ବେଳ
କରଂତିନାହିଁ ନୂଆ ଚିଂତା
ସରଳତା ହିଁ ଶ୍ରେଷ୍ଠ ପଂଥା

‘ ଚିନ୍ତା ଓ ପନ୍ଥା ‘ ନ ଦିଶିଲା
ତେଣୁ କି କିଛି ହାନି ହେଲା ?
କରିଲେ ସୁସ୍ଥିର ବିଚାର
ମିଳିବ ସୁସ୍ପଷ୍ଟ ଉତ୍ତର

ରୀତି, ବିଧାନ, ପରଂପରା
କଲେ ଭାଷାକୁ ଦିଶାହରା
କରିବା ସେ ସବୁ ବର୍ଜନ
ସ୍ବଭାଷା ହେବ ଧାବମାନ

Comments are closed.