ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଯାହା ଶୁଣି ନ ଥାଏ କାନ
ଅଥବା ଦେଖେନି ନୟନ
ସେପରି ଶବ୍ଦର ଲିଖନ
ଶିଶୁ ନିମଂତେ ଅକାରଣ
ପାଇଲେ ବିଧା ଓ ଚାପୁଡ଼ା
ଧିକ୍କାର୍ ଆଉ କାନମୋଡ଼ା
ଅଳ୍ପବୟସ୍କ ଏକ ଶିଶୁ
ବିଦ୍ୟାଳୟକୁ ପଶୁ, ପଶୁ
ପ୍ରାୟତଃ ଯାଇଥାଏ ଡରି
ବସେ ସେ କିଛି ବି ନ କରି
ଏପରି ବିତେ ପିଲାଦିନ
ମିଳେନି ସ୍ବଭାଷାର ଜ୍ଞାନ
ଶୁଣୁଛୁଁ ଏବେ ପୂର୍ବ ପ୍ରଥା
ହରାଇ ସାରିଲାଣି ସତ୍ତା
ତେବେ ବି କେହି ଶିଶୁ ମନ
ପ୍ରତି ଦିଅଂତିନାହିଁ ଧ୍ୟାନ
ଅଲୋଡ଼ା ବର୍ଣାବଳି ଲେଖି
ଶିଶୁଟି ଯାଏ ସିନା ଥକି
ପାଏନି ମୋଟେ ଭାଷାଜ୍ଞାନ
ଏପରି ଆମ ଶିକ୍ଷାଦାନ
ଆମର ଅଦ୍ଭୁତ ବ୍ୟବସ୍ଥା
ଶୁଣାଯାଏନି ଶିଶୁ କଥା
ଭାଷାର ମୂଳ ବାସ୍ତବତା
ବୁଝିପାରେନି ଶିଶୁ ମଥା
ଶିଶୁଂକ ମାନସିକ ବୃଦ୍ଧି
ନିମଂତେ ସବୁ ବାଟ ରୁଂଧି
ଚାହାଂତି ତୁଚ୍ଛ ଆନୁଗତ୍ୟ
ଏହା ହିଁ ବାସ୍ତବ ଓ ସତ
ଆମର ଯେତେ ଗୁରୁଜନ
ପିଲାଂକ ପାଇଁ ଉଦାସୀନ
କରଂତି ଜୀବନ ଯାପନ
ଶୁଣାଂତି ଖାଲି ପ୍ରବଚନ
ସ୍ମୃତିରେ ଯେଉଁ ଶବ୍ଦ ଥାଏ
ତା ଯଦି ଅକ୍ଷର ଦେଖାଏ
ଶିଶୁର କୌତୂହଳୀ ମନ
ସେ ସବୁ କରଇ ଗ୍ରହଣ
ଅପରିଚିତ ଶବ୍ଦ ଦେଖି
ଶିଶୁ ପାରେନି ଶିଖି ଲେଖି
କେବଳ ବର୍ଣମାଳା ଘୋଷି
କରେ ଗୁରୁଜନଂକୁ ଖୁସି
Comments are closed.