Latest Odisha News

BREAKING NEWS

ଭାଷା ଭାଗବତ : ଦଳ ଦଳ ଦାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

ଗଣମାଧ୍ୟମ ଲୋକ ଚିତ୍ତ
କରୁଛି ନିତି ପ୍ରଭାବିତ
କାହିଁ ବ୍ୟକ୍ତିର ସ୍ବାଧୀନତା ?
କେହି କହୁନି ମନୋବ୍ୟଥା

ସୁଅରେ ଗଲେ ଭାସି ଭାସି
କେହି କି ବୋଲାଏ ସାହସୀ ?
ନିଜଠୁଁ ହୋଇଛୁଁ ବିଚ୍ଛିନ୍ନ
କେହି ତ ହୋଇନୁ ସ୍ବାଧୀନ

ଅଭ୍ୟାସ ବଶବର୍ତୀ ହୋଇ
ରହିଛୁଁ ଜୀବ ପରି ଜିଇଁ
ସ୍ବାଧୀନ ହେଲେ ସୁଦ୍ଧା ଦେଶ
ଦିଶଂତି ଦଳ ଦଳ ଦାସ

ପ୍ରକୃତ ସ୍ବାଧୀନତା ପାଇଁ
କେହି ଚେଷ୍ଟା କରଂତିନାହିଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ଗଣମାଧ୍ୟମ ଲୋକ ଚିତ୍ତ
କରୁଛି ନିତି ପ୍ରଭାବିତ
କାହିଁ ବ୍ୟକ୍ତିର ସ୍ବାଧୀନତା ?
କେହି କହୁନି ମନୋବ୍ୟଥା

ସୁଅରେ ଗଲେ ଭାସି ଭାସି
କେହି କି ବୋଲାଏ ସାହସୀ ?
ନିଜଠୁଁ ହୋଇଛୁଁ ବିଚ୍ଛିନ୍ନ
କେହି ତ ହୋଇନୁ ସ୍ବାଧୀନ

ଅଭ୍ୟାସ ବଶବର୍ତୀ ହୋଇ
ରହିଛୁଁ ଜୀବ ପରି ଜିଇଁ
ସ୍ବାଧୀନ ହେଲେ ସୁଦ୍ଧା ଦେଶ
ଦିଶଂତି ଦଳ ଦଳ ଦାସ

ପ୍ରକୃତ ସ୍ବାଧୀନତା ପାଇଁ
କେହି ଚେଷ୍ଟା କରଂତିନାହିଁ

 

Comments are closed.