Latest Odisha News

ମୃତ୍ୟୁର କାରଣ ପାଲଟିବ ମେଦବହୁଳତା, ଏକ ରିସର୍ଚ୍ଚରୁ ହେଲା ଖୁଲାସା

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ପରିଶ୍ରମର ଅଭାବ ଯୋଗୁଁ ମେଦ ବହୁଳତା ସୃଷ୍ଟି ହୋଇଥାଏ । ମେଦବହୁଳତା ଯୋଗୁ ଆମ ଶରୀରରେ ଅନେକ ରୋଗ ହେବାର ଆଶଙ୍କା ରହିଛି । ତେବେ ଅଧିକ ଓଜନ ସାଜିବ ମୃତ୍ୟୁର କାରଣ । ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି  ।  ତେବେ ଏକ ଅଧ୍ୟୟନ ଅନୁଯାୟୀ, ମେଦବହୁତଳତା କାରଣରୁ କୌଣସି ରୋଗ ସୃଷ୍ଟି କରିବା ଏବଂ ମୃତ୍ୟୁ ହାର ୨୨ ପ୍ରତିଶତରୁ ବୃଦ୍ଧି କରି ୯୧ ପ୍ରତିଶତ କରିଦିଏ ।

ପପୁଲାର ଷ୍ଟଡିଜ୍‌ ଜର୍ନାଲରେ ପବ୍ଲିସ ଅଧ୍ୟୟନର ରେଜଲ୍ଟ ମୁତାବକ, ହାଇ ବଡି ମାସ୍‌ ଇଣ୍ଡେକ୍ସ (ବିଏମଆଇ) ଥିବା ଲୋକଙ୍କ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ରହିଛି । ହୃଦ ରୋଗ, ହାଇ ବ୍ଲଡ ପ୍ରେସର ଏବଂ ଡାଇବେଟିସ ରୋଗୀଙ୍କର ମୋଟାପଣ କାରଣରୁ ମୃତ୍ୟୁ ଅଧିକ ହେଉଛି ।

କୋଲୋରାଡୋ ବୋଲଡର ୟୁନିଭର୍ସିଟୀରେ ସୋସିଓଲୋଜିର ଆସୋସିଏଟ ପ୍ରୋଫେସର ଲେଖକ ରେୟାନ ମାଷ୍ଟର୍ସ କହିଛନ୍ତି ଯେ ହାଇ ବିଏମଆଇ ମୃତ୍ୟୁ ଭୟକୁ ସାଧାରଣ ଭାବେ ସେପର୍ଯ୍ୟନ୍ତ ବଢ଼ାଇନଥାଏ, ଯେତେ ପର୍ଯ୍ୟନ୍ତ ଆପଣଙ୍କ ଲେବଲ ବହୁତ ହାଇ ହୁଏନାହିଁ । ସେ କହିଛନ୍ତି ଯେ ବିଏମଆଇ ଶରୀରର ଓଜନ ଏବଂ ଉଚ୍ଚତା ଉପରେ ଆଧାରିତ ହୋଇଥାଏ । ଏହି ରିସର୍ଚ୍ଚ ୪୪୬୮ ମୃତ ଲୋକଙ୍କ ସହ ୧୭,୭୮୪ ସୁସ୍ଥ ଲୋକଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା ।

ଷ୍ଟଡିରେ ଏହା ଜଣାପଡିଲା ଯେ ଅଧିକ ଓଜନ ଥିବା ମୋଟ ୨୦ ପ୍ରତିଶତ ନମୂନା ୧୦ ବର୍ଷ ପୂର୍ବରୁ ମୋଟାପଣ କ୍ୟାଟେଗୋରୀରେ ରହିଥିଲା । ଡାଟା ଅଲଗା କରିବା ପରେ ଦେଖିବାକୁ ମିଳିଲା ଯେ ଯେଉଁମାନଙ୍କ ଓଜନ ଷ୍ଟାବଲ ଥିଲା ସେ ଏହି ଗ୍ରୁପର କ୍ୟାଟେଗରୀର ଲୋକଙ୍କ ତୁଳନାରେ ବହୁତ ଖରାପ ଅବସ୍ଥା ରହିଥିଲା । ତେବେ ବିଏମ୍‌ ଆଇ ଅଧ୍ୟୟନ ଅନୁଯାୟୀ ପତଳା ଲୋକଙ୍କ ଅପେକ୍ଷା ମୋଟା ଲୋକଙ୍କର ମୃତ୍ୟୁ ଅଧିକ ଘଟୁଥିବାର ସମ୍ଭାବନା ରହିଛି  ।

 

Leave A Reply

Your email address will not be published.