ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଦେଖେଇହେବାର ପ୍ରବୃତ୍ତି
ଯଦି ହୁଏ ପ୍ରବଳ ଅତି
ବ୍ୟକ୍ତିର ହାବ ଆଉ ଭାବ
କ୍ରମଶଃ ହୁଏ ଅବାସ୍ତବ
ସ୍ବଭାବ ଜାଣି ଚଳି ଭାଷା
ହୋଇଲେ ସୁବୋଧ୍ୟ, ସରସା
ସ୍ବଭାଷୀ କରଂତି ଗ୍ରହଣ
ସ୍ବେଚ୍ଛାରେ ଶ୍ରବଣ, ପଠନ
ଭାଷାକୁ ଡରିଲେ ସ୍ବଭାଷୀ
ହୁଅଇ ଆପେ ଭାଷାନାଶୀ
କରେନି ଲିଖନ, ପଠନ
ଘଟଇ ଭାଷାର ପତନ
ଭାଷାକୁ ଯାହା କରେ ଯିଏ
ତାହାର ପରିଣାମ ପାଏ
କଠିନତାର ଉପାସକ
ହୁଏନି ସାର୍ଥକ ଲେଖକ
ମୁଖ୍ୟତଃ ଭାବ ସଂଚାରଣ
ନିମଂତେ ସାହିତ୍ୟ ଲିଖନ
ହେବାର ଅଛି ପ୍ରୟୋଜନ
ମିଳୁନି ସମୁଚିତ ଧ୍ୟାନ
ଏହି ଅପୂର୍ବ ବିଡ଼ଂବନା
ଥିଲେ ହେଁ ଅନେକଂକୁ ଜଣା
କେହି ଏହାର ପ୍ରତିକାର
ନିମଂତେ ନୁହଂତି ତତ୍ପର
ସାହିତ୍ୟାଶ୍ରିତ ଏହି ଭାଷା
ଜାଗ୍ରତ କରୁନି ପ୍ରତ୍ୟାଶା
ଆମର ସାହିତ୍ୟ ସାଧକ
ହେଲେଣି ଭାଷାର ବାଧକ
ଏ ସ୍ଥିତି ନୁହେ ସ୍ପୃହଣୀୟ
ତେଣୁ ତ ଲାଗେ ଖୁବ୍ ଭୟ
ସତେ କି ଲଭିବ ବିଲୟ
ଆମର ସାହିତ୍ୟ ବଳୟ ?
Comments are closed.