Latest Odisha News

ଭାଷା ଭାଗବତ : ଅନାବଶ୍ୟକ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଅଭ୍ୟାସ ନ ପାରିଲେ ଛାଡ଼ି
ସ୍ବଭାଷା ପାରିବନି ବଢ଼ି
ଅନାବଶ୍ୟକ ଯୁକ୍ତାକ୍ଷର
ଶୀଘ୍ର କରିବା ପରିହାର

ଶବ୍ଦର ବିବିଧ ପ୍ରକାର
ବନାନ ନୁହେ ଦରକାର
ଶବ୍ଦ ହୋଇଲେ ବହୁରୂପୀ
ପାରେନି ବେଶି ଦୂର ବ୍ୟାପି

ସୀମିତ ବ୍ୟବହାର କ୍ଷେତ୍ର
ଦେଖିଲେ ପାଠକର ନେତ୍ର
ପଡ଼େନି ତାହାର ପ୍ରଭାବ
ବଢ଼େ ଅଯଥା ପ୍ରାଦୁର୍ଭାବ

ଦଶମ ଶ୍ରେଣୀ ପରେ ଆଉ
ରହୁନି ସ୍ବଭାଷାର ଭାଉ
ଅନ୍ୟ ଭାଷାରେ ପାଇ ଜ୍ଞାନ
ଚଳଂତି ସ୍ବଭାଷୀ ସଂତାନ

ଏହି ବିଚିତ୍ର ବିଡ଼ଂବନା
ଥିଲେ ହେଁ ଅନେକଂକୁ ଜଣା
ମୁଖ୍ୟତଃ ରହଂତି ନିରବ
ପାସୋରି ଐତିହ୍ୟର ଗର୍ବ

ଯେଉଁ ଔଷଧ ଏତେ ଖାଇ
ରୋଗ ଏଯାଏଁ ଛାଡ଼ୁନାହିଁ
କରିଲେ ଅଧିକ ସେବନ
ନିଶ୍ଚୟ ଯିବ ଏ ଜୀବନ

ପ୍ରଥା ମୁଖ୍ଯ କି ଭାଷା ମୁଖ୍ଯ
ଏ କଥା କରି ଏବେ ଲକ୍ଷ୍ୟ
କରିଲେ ଶୀଘ୍ର ଉପଚାର
ସ୍ବଭାଷା ପାଇବ ବିସ୍ତାର

ଅତି ଅଧିକ ଯୁକ୍ତାକ୍ଷର
ଥିବାରୁ ଭାଷାରେ ଆମର
ପ୍ରଗତି ହୋଇଛି ମଂଥର
କରିବା ସୁତଥ୍ୟ ବିଚାର

ଓଜନ କଲେ ଏବେ ହ୍ରାସ
ସଂଭବ ଭାଷାର ବିକାଶ
ଏ କଥା କରିଲେ ବିଶ୍ବାସ
ବଢ଼ିବ ଆମର ସାହସ

Leave A Reply

Your email address will not be published.