Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସୁପକାର ଶ୍ରେଣୀର ସେବକମାନଙ୍କ ମଧ୍ୟରେ ବଡୁ ସୁଆରମାନଙ୍କ ସ୍ଥାନ ସ୍ୱତନ୍ତ୍ର, ସେବା ମଧ୍ୟ ସ୍ୱତନ୍ତ୍ର, କାରଣ ଭୋଜନ କ୍ଷେତ୍ରରେ ଭୋଜନ ପ୍ରିୟ ଠାକୁରଙ୍କ ବ୍ୟଞ୍ଜନ ଯଦି ସ୍ୱାଦିଷ୍ଟ ନହେଲା ତେବେ କ୍ଷେତର ନାମରେ ଅପଯଶ ହେବାର ସମ୍ଭାବନା ଖୁବ ଅଧିକ। କିନ୍ତୁ ଇତିହାସ କହେ ଏହା ଆଜି ପର୍ଯ୍ୟନ୍ତ ଘଟିନାହିଁ। ଅର୍ଥାତ ବଡୁ ସୁଆର ମାନେକେବେ ବ୍ୟଞ୍ଜନ ପ୍ରସ୍ତୁତିରେ ଆକୃତକାର୍ଯ୍ୟ ହୋଇନାହାନ୍ତି। ଏହାର ପ୍ରକୃତ କାରଣ ହେଲା ସେମାନଙ୍କ ନିଷ୍ଠା, ଦକ୍ଷତା ଓ ପ୍ରଭୁଙ୍କର ଆଶୀଷ। ଦକ୍ଷତା ଏଥିପାଇଁ ବୃଦ୍ଧି ପାଇଛି ଯେ ଗୋଟିଏ ଗୋଟିଏ ବ୍ୟଞ୍ଜନ ପାଇଁ ଅଲଗା ଅଲଗା ବଡୁ ସୁଆର ଅଛନ୍ତି ଯଥା ତୁଣ ସୁଆର, ଅମାଲୁ ସୁଆର, ଥାଳି ସୁଆର, ପାଗୁଆ ସୁଆର, ଚଣାପୁଆ ସୁଆର, ତୋଳାବଡୁ, ବିଣ୍ଡୁଆ ସୁଆର, ପିଠା ସୁଆର, ଇତ୍ୟାଦି ଏହି ବଡୁ ସୁଆର ଗୋଷ୍ଠୀର ସେବକ ଅଟନ୍ତି। ଅମlଲୁ ସୁଆର ଦୈନିକ କୋଠ ଭୋଗ ପାଇଁ ଅମlଲୁ ଓ ପର୍ବ ପର୍ବାଣୀରେ ମୋଡ଼ିଆ ସରୁ ଚକୁଳି ସହ ଅମlଲୁ ପ୍ରସ୍ତୁତ କରନ୍ତି। ତୁଣ ସୁଆର ଦୈନିକ ଓ ପର୍ବ ପର୍ବାଣୀରେ ସମସ୍ତ ତିଉଣ, ଖିରି, କଡମ୍ବା, ପଖାଳ, କlନିକା ଇତ୍ୟାଦି ରାନ୍ଧନ୍ତି, ଥାଳି ସୁଆର ଦୈନିକ ଥାଳି ଅନ୍ନ, ଥାଳି ଖେଚୁଡ଼ି, ସlଦା ଓରିଆ, ସନ୍ଧ୍ୟା ଧୂପ ପଖାଳ ରାନ୍ଧନ୍ତି। ପିଠା ସୁଆର ଦୈନିକ ଓ ପର୍ବ ପର୍ବାଣୀରେ ସ୍ୱାଦିଷ୍ଠ ପିଠା ପ୍ରସ୍ତୁତ କରନ୍ତି। ବିଂଡୁଆ ସୁଆର ପିଠାର ବିଣ୍ଡ କରି ତହିଁରେ ମସଲା ମିଶାନ୍ତି। ଅଟା ବିରି ଚୁନା ଆଦି ଚକଟି ସମସ୍ତ ପ୍ରସ୍ତୁତି ସାରି ସୁଆରଙ୍କୁ ଯୋଗାନ୍ତି। ଚଣା ପୁଆ ସୁଆର ଲଡ଼ୁ, ପାରିଜାତକ, ଲୁଣ ଖୁରମା, ଛୋଟ ପିଠା, କରିବା ସହ ଅଟା ଚୁନା କାମ ଆଦି କରି ରଖନ୍ତି ସେମାନେ ଭଜା ମଧ୍ୟ ଭାଜନ୍ତି। ପାଗୁଆ ବଡୁ ସୁଆର ମାନେ ଚଣା ପାଗ କରନ୍ତି ଏଣ୍ଡୁରି, ମଣ୍ଡା, ଗାଇଁଠା ଆଦି କରିଥାନ୍ତି ସେହିଭଳି ତୋଳାବଡୁ ସୁଆର ମାନେ ବିଣ୍ଡୁଆ ବାଡ଼ ଅନୁଯାୟୀ ଲଗାନ୍ତି । ଭୋଗ ସରିଲା ପରେ ଆସେ ଭୋଗ ସାଇତା ସୁଆର ବଡୁମାନଙ୍କ କାର୍ଯ୍ୟ, ଯାହାଙ୍କ ପାଖରେ ସମସ୍ତ ଭୋଗ ପଦାର୍ଥ ତୋଳା ବଡୁଙ୍କ ଦ୍ୱାରା ମଣlଇ ହେଲେ ତାହାକୁ ସାଇତି ରଖନ୍ତି। ଏହି ସମସ୍ତ ବଡୁ ସୁଆର ସେବକଙ୍କ ସେବା ବଂଶlନୁକର୍ମିକ ସେବା ଅଟେ। ଆଗାମୀ ଅଧ୍ୟାୟରେ ଜାଣିବା କିଛି ସେବକଙ୍କ ବିଷୟରେ ଯେଉଁମାନେ ମୂଖ୍ୟ ଭୂମିକାରେ ନଥିଲେ ମଧ୍ୟ ସେମାନଙ୍କ ସାହାଯ୍ୟ ବିନା ଏହି ରନ୍ଧନ କାର୍ଯ୍ୟ ସମ୍ଭବ ନୁହେଁ। ଏବେ କରିବା ଆରାଧନା ଓ ଭାଗବତ ପଠନ ।

ସେ ହରି ଚରଣ କମଳେ
ଯେ ଭଜେ ପ୍ରେମ ଭାବ ଭୋଳେ ।
ତାହାର ଗତି କେବା ଜାଣି
ବ୍ରହ୍ମl ଶଙ୍କର ନ ପ୍ରମାଣି ।
କୃଷ୍ଣ ଙ୍କୁ ପୁତ୍ର ତୁ ନ ମଣ ।
ସେଟି ଅନାଦି ନାରାୟଣ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.