Latest Odisha News

BREAKING NEWS

ଯାତ୍ରା ଦେଖିବା ହେଲା କାଳ, ମୁକୁଳା କୂଅରେ ପଡ଼ି ଚାଲିଗଲା ଜୀବନ

କାମାକ୍ଷାନଗର : ମାମୁଁ ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଅଘଟଣ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଖୋଲା କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ସରଦେଇପୁର ଗାଁରେ । ମୃତ ନାବାଳକ ଜଣକ ହେଲେ ତୁମୁସିଙ୍ଗା ଥାନା ଅନ୍ତର୍ଗତ ବୋଲୁଅ ଗାଁର ବିରଞ୍ଚି ନାୟକଙ୍କ ୧୨ ବର୍ଷୀୟ ପୁଅ ଶୁଭମ ନାୟକ ।

BjdElectrycity

ସୂଚନା ଅନୁଯାୟୀ, ଶୁଭମ ମାମୁଁ ଘରକୁ ନିଜ ପରିବାର ଲୋକଙ୍କ ସହିତ ଯାତ୍ରା ଦେଖିବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ପରିସ୍ରା କରିବାକୁ ଆସି ପାଖରେ ଥିବା ଏକ ଖୋଲା କୂଅରେ ଖସି ପଡ଼ିଥିଲେ । ପରିବାର ଲୋକେ ବିଳମ୍ବିତ ରାତିରେ ବହୁ ଖୋଜା ଖୋଜି କରିଥିଲେ ମାତ୍ର ଶୁଭମଙ୍କ କୌଣସି ପତ୍ତା ପାଇନଥିଲେ । ଆଜି ସକାଳେ ଗ୍ରାମବାସୀ ଶୁଭମଙ୍କ ମୃତ ଦେହ କୂଅରେ ଭାସୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କ ମୃତ ଦେହ କୂଅରୁ ଉଦ୍ଧାର କରାଯାଇଥିଲା । ଏ ନେଇ ଖବର ପାଇ କାମାକ୍ଷାନଗର ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଶୁଭମଙ୍କ ମୃତ୍ୟୁକୁ ନେଇ ମାମୁଁ ଘର ସରଦେଇପୁର ଓ ନିଜ ଗାଁ ବୋଲୁଅରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.