ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଋତୁ ବର୍ଣନା ବାରଂବାର
କରିଲେ ସୁକବି ପ୍ରବର
ହେଲା କାହାର ଉପକାର
ଥରେ ତ ନିଶ୍ଚୟ ପଚାର
ନାରୀର ସୌଂଦର୍ଯ ବର୍ଣନା
ଯେତେ କଲେ ବି ହୁଏ ଊଣା
ତେବେ ବି ଆମ କବିଗଣ
ନ ଥକି କଲେ ପୁନଃ ପୁନଃ
ଦେବଂକ ଜୀବନ ଚରିତ
ହୋଇଥିଲେ ହେଁ ସୁରଚିତ
ନ ଥାଏ ବୋଲି ନୂତନତ୍ବ
ଜଣାପଡ଼େନି ପୂର୍ଣ ସତ୍ୟ
ବହୁ ପୂର୍ବରୁ ହୋଇ ଲେଖା
ଗ୍ରଂଥାଗାରରେ ହୁଏ ରଖା
ତହିଁର ନିଷ୍ପକ୍ଷ ସମୀକ୍ଷା
ହେଉନି ଏଠାରେ ଅବିକା
କାଳକୁ କଲେ ଭାଗ ଭାଗ
ବଢ଼େନି ଭାଷା ଅନୁରାଗ
ତେବେ ବି ସାହିତ୍ୟ ଶିକ୍ଷକ
ବୋଲାଂତି ଏଠି ‘ ସାହିତ୍ୟିକ ‘
ପୁନର୍ଲିଖନକାରୀଗଣ
ଏଠାରେ ପାଆଂତି ସଂମାନ
ତେଣୁ ଭାଷାର ଉନ୍ନୟନ
ଏବେ ବି ମଧୁର ସପନ
ନୂତନ ଭାବନା, ବିଚାର
ପ୍ରକାଶ କରିବାକୁ ଡର
ରହିଛି ଅନେକ ମନରେ
ଭାଷା ଶଢ଼ୁଛି ଦୁର୍ଦିନରେ
ଅନୁକରଣକାରୀ ଦଳ
ଲେଖଂତି ଯାହା, ତା’ର ଫଳ
ତେଣୁ ତ ଏଠାରେ କେବଳ
ସ୍ବଭାଷା ହେଉଛି ଦୁର୍ବଳ
Comments are closed.