ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କାହାର ମତର ଗୁରୁତ୍ବ
ନ ହେଲେ ମୋର ଅନୁଭୂତ
ମୁଁ ହୁଏଁନାହିଁ ସହମତ
ଅଥବା ମିଛେ ବିଚଳିତ
ମତ ନ କଲେ ବିଶ୍ଳେଷଣ
ମିଳେନି ତଥ୍ୟଭରା ଜ୍ଞାନ
ତାହା ବିରୋଧ, ସମର୍ଥନ
କରିବା ହୁଏ ଅକାରଣ
ଅନ୍ୟର ମତର ପ୍ରଭାବ
ମୁଁ କଲେ ସ୍ପଷ୍ଟ ଅନୁଭବ
ଅବଶ୍ୟ କରଇ ସ୍ବୀକାର
ତାହା ମୋହର ସ୍ବାଧିକାର
ଯେତେ ମତିକୁ ସେତେ ମତ
କେ ରହେ କାହାର ସହିତ
ତାହା ତ ନୁହେ ସୁନିଶ୍ଚିତ
ତେଣୁ ଅଲଭ୍ୟ ସର୍ବମତ
ଥିଲେ ହେଁ ମତରେ ଭିନ୍ନତା
ନ ଥିଲେ କିଛି ସମାନତା
ଘଟଇ ମତର ସଂଘର୍ଷ
ସଭିଏଁ ହୁଅଂତି ବିମର୍ଷ
ବହୁ ମତର ସମନ୍ବୟ
ଘଟିଲେ ସ୍ଥିତି ପରିଚୟ
ସଭିଂକୁ ପଡ଼ିଥାଏ ଜଣା
ନ ରହିପାରେ କଟକଣା
ଯେ ଯାହା ମତ ରଖିଧରି
ହୋଇଲେ ଭାଷାର ପୂଜାରୀ
ନିଶ୍ଚୟ ମିଳେ ଭଲ ଫଳ
ଭାଷା ହୁଏନି ହୀନବଳ
Comments are closed.