Latest Odisha News

BREAKING NEWS

ଭାଷା ଭାଗବତ : ରେଫ ତଳେ ଯୁଗ୍ମାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଯୁଗ୍ମାକ୍ଷରରେ ରେଫ ଚିହ୍ନ
ଦେବାକୁ ନାହିଁ ତ ବାରଣ
ବଳୁଛି ଯାହାଂକର ମନ
କରଂତୁ ଏପରି ଲିଖନ:

ଦୁର୍ଗ୍ଗନ୍ଧ, ନିର୍ଜ୍ଜନ, ନିର୍ଦ୍ଧନ
ଦୁର୍ନ୍ନାମ, ନିର୍ବ୍ବନ୍ଧ, ଦର୍ପ୍ପଣ
ନିର୍ଲ୍ଲଜ ଅଥବ ନିର୍ମ୍ମଳ
ନିଜେ ବୁଝଂତୁ ଫଳାଫଳ

ଦୁର୍ଗଂଧ, ନିର୍ଜନ, ନିର୍ଧନ
ଦୁର୍ନାମ, ନିର୍ବଂଧ, ଦର୍ପଣ
ନିର୍ଲଜ୍ଜ ଅଥବା ନିର୍ମଳ
ଏବେ ଦେଖଂତୁ ଫଳାଫଳ

ଏ ସବୁ ଜାଣିଲେ ପାଠକ
ହୋଇବେ ଯାହା ସମର୍ଥକ
ତାହା ହିଁ ହୋଇଲେ ବ୍ୟାପକ
ସରିବ ବୃଥା ଯୁକ୍ତିତର୍କ

ସମ୍ପର୍କ୍କ, ଶର୍କ୍କରା, ସତର୍କ୍କ
ସଂପର୍କ, ଶର୍କରା, ସତର୍କ
କେଉଁ ପ୍ରକାର ସ୍ପଷ୍ଟ, ଦେଖ
ତଦନୁରୂପେ ଏବେ ଲେଖ

ସ୍ବଭାଷା ହୋଇଲେ ବ୍ୟାପକ
ଆକୃଷ୍ଟ ହେବେ ବହୁ ଲୋକ
ରହିବ ସ୍ବଭାଷାର ଟେକ
କେହି ହେବେନି ନିର୍ବିବେକ
କେହି ହେବେନି ନିର୍ବ୍ବିବେକ

ଅଭ୍ୟାସ ସହ ଥିଲେ ଲାଖି
ଭାଷାକୁ ହୁଏନାହିଁ ଟେକି
ପ୍ରଥା ପ୍ରତି ମନରେ ଭୟ
ଥିଲେ, ଘଟଇ ଅବକ୍ଷୟ

Comments are closed.