Latest Odisha News

BREAKING NEWS

ଭାଷା ଭାଗବତ : ଭାଷାର ଉନ୍ନତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଲେଖି ସଜାଡ଼ୁଁ ବାରଂବାର
କେବେ ନ ହୋଇ ହରବର
ହୋଇଲେ ହୀରା କାରିଗର
ସର୍ବଦା ଲାଗୁଥାଏ ଡର

ଡରି ଡରି କରିଲେ କାମ
ନିଶ୍ଚୟ ହୁଅଇ ଉତ୍ତମ
ପାରିଲେ ନିଷ୍ଠା, ଧୈର୍ଯ ଧରି
ଯ କେହି ପାରେ ସବୁ କରି

ଦମନ କଲେ ଆତୁରତା
ଅସ୍ଥିର ହୁଏନାହିଁ ମଥା
ନିଜ ଉପରେ ରଖି ଆସ୍ଥା
ସୁଧାରି ପାରିବା ବ୍ୟବସ୍ଥା

ଭାଷା ତ ନୁହେ ନୈସର୍ଗିକ
ତେଣୁ ସ୍ବଭାଷୀ ବହୁ ଲୋକ
କରଂତୁ ନିଜର କର୍ତବ୍ୟ
ବଢ଼ିବ ଭାଷାର ମହତ୍ତ୍ବ

ଲୋକଂକ ସହଯୋଗ ବିନା
ଭାଷା ମର୍ଯାଦା ହୁଏ ଊଣା
କେବଳ ଲୋକଂକ ସଂପୃକ୍ତି
ଘଟାଏ ଭାଷାର ଉନ୍ନତି

ଭାଷା ନ କଲେ ବ୍ୟବହାର
ନ ପାଇ ଯଥାର୍ଥ ଆଦର
କଳଂକି ଖାଇଯାଏ ଶାଣ
ନାହିଁ ଏହାର ନିବାରଣ

ମରଣାସନ୍ନ ଗୋଟେ ଭାଷା
ଲୋଡ଼ଇ ସେବା ଓ ଶୁଶ୍ରୂଷା
ନିଜସ୍ବ ଶକ୍ତି ତା’ର ନାହିଁ
ନିଜକୁ ବଂଚାଇବା ପାଇଁ

ସ୍ବଭାଷୀ ଆପେ ରହି ବଂଚି
ଭାବ ଓ ଜ୍ଞାନକୁ ନ ସଂଚି
କରିଲେ ଯେତେ କୀର୍ତି ଗାନ
ଭାଷାକୁ ମିଳେନି ଜୀବନ

ସ୍ବଭାଷା ମନରୁ ହଟାଇ
ଇତିହାସରେ ଦେଲେ ଥୋଇ
ନ ହୁଏ ଜୀବନ-ସଂଚାରୀ
ଯାଏ ତା ନିଜେ ଅପସରି

ପାଇଲେ ସୁଦ୍ଧା ଚେତାବନୀ
ଆମର ଧନୀ ଆଉ ଜ୍ଞାନୀ
କରଂତିନାହିଁ ଭାଷାରକ୍ଷା
ଏମିତି ତାଂକ ଶିକ୍ଷା, ଦୀକ୍ଷା

Leave A Reply

Your email address will not be published.