Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“ସେମାନେ ନିଶ୍ଚୟ ପହଞ୍ଚି ଯାଇଥିବେ , ମତେ ଲାଗୁଛି”, ତାକୁ ଆଶ୍ୱସ୍ତ କରିବା ଭଳି ସିଡ଼୍ କହିଲା । ହାଲ୍‌କା ଭାବରେ ମୁଣ୍ଡ ହଲେଇଦେଲା ବୀରା । ଆଖିରୁ ଲୁହ ଧାର ତା’ ଗାଲକୁ ଭିଜେଇ ଚାଲିଲା ପୁଣି ଥରେ ।

“ବୀରା… ହେ ଭଗବାନ!” କହି ଏଇ ନୂଆ କାନ୍ଦୁରୀ ଝିଅଟିକୁ ତା’ ଆଡ଼କୁ ଆଉଜେଇ ଆଣିଲା । ସିଡ଼୍ଆ ଶ୍ୱାସନାର ନରମ ସ୍ପର୍ଶ ଦେଇ ତା\’ ପିଠିକୁ ଆଉଁସି ଆଣିଲା ବେଳକୁ ବୀରା ହିକ୍‌କା ଉଠେଇ ପୁଣିଥରେ କାନ୍ଦି ଉଠିଲା । ଦୀର୍ଘଶ୍ୱାସ ନେଇ ସେ ଆରମ୍ଭ କରିବାକୁ ଯାଉଥିବା କଥାସବୁ ତା’ କାନ୍ଦ ଭିତରେ ଅଟକି ଅଟକି ଆସୁଥାଏ । ମଝିରେ ମଝିରେ ଦୁଃଖର ଦୀର୍ଘଶ୍ୱାସ ତା’ ପିଞ୍ଜରା ଥରାଇ ସମଗ୍ର ଦେହକୁ ଦୋହଲେଇ ଦେଉଥାଏ ଯେମିତି । ଆଖିର ଅବିଶ୍ରାନ୍ତ ଲୁହ ଆଉ କଣ୍ଠରେ ବେଦନାକ୍ତ ଶବ୍ଦ… “କ’ଣ ହେବ ଯଦି
ମାମା ଆଉ ପାପା ଆମକୁ ଉଦ୍ଧାର କରୁଥିବା ଜାହାଜରେ ନଥା’ନ୍ତି…! ତା’ ଅର୍ଥ ଏୟା ହେବ ନା ସେମାନେ ମୃତ…!” ରୋହାନ୍ ଜ୍ୟାକେଟ୍ ହାତରେ ବାଜି ବୀରାର କଣ୍ଠସ୍ୱର ଅବରୁଦ୍ଧ କଣ୍ଠସ୍ୱରଟିଏ ପରି ଲାଗୁଥାଏ ।

“ସବୁ ଠିକ୍ ଥିବ । ମନେପକା ତମେ କ’ଣ କହିଥିଲ? ସମୀରା ଏଇଟିକୁ କରିଦେବ, ଏବଂ ଅଙ୍କଲ ଓ ଆଣ୍ଟିଙ୍କ କଥା… ସେମାନେ ଏହାକୁ କରିବାକୁ ହିଁ ଯାଉଚନ୍ତି । ମୁଁ ଜାଣିଛି ଏସବୁ ।” ରୋହାନ୍ ଅସ୍ପଷ୍ଟ କଣ୍ଠରେ କହୁଥିଲା । ମୁଣ୍ଡ ଉଠେଇ ବୀରା, ତା’ ସୁଡ଼ୁସୁଡ଼ୁ ହେଉଥିବା ନାକକୁ ତା’ ଧଳା ଫୁଲପକା ଫ୍ରକ୍ ହାତରେ ପୋଛୁପୋଛୁ କହିଲା, “ମୁଁ ତୁମ ଜ୍ୟାକେଟ୍‌ଟିକୁ ଓଦା କରିସାରିଲିଣି ।” ଦୁଃଖରେ ତା’ ଲୁହରେ ଓଦା ହୋଇଯାଇଥିବା ରୋହାନ୍ କଳା ଜ୍ୟାକେଟ୍‌କୁ ଆଙ୍ଗୁଠି ଦେଖେଇ ବୀରା କହିଲା ।

ଅବିଶ୍ୱାସ କଲା ପରି ରୋହାନ୍ ପଚାରିଲା, “ସତରେ?” ଏବଂ ଅନ୍ୟ ଏକ ବିଚାର ତା’ ମନକୁ ଆସିଲା, ଏବଂ ସେ ତାକୁ କାମରେ ଲଗାଇବା କଥା ଚିନ୍ତା କରି କହିଲା, “ହଉ, ଇଏ ପଛେ ଚିରି ଯାଉ ଚଳିବ, ହେଲେ ନାକ ପୋଛା କପଡ଼ା ନହେଉ… କ’ଣ ଠିକ୍ ଅଛି?” ଟିକେ ଧୀର ଗଳାରେ ଧମକେଇଲା ପରି ରୋହାନ୍ କହିଲା,
ଯେମିତି ବୀରା ଟିକେ ହାଲ୍‌କା ହୋଇ ହସିପାରିବ ।

କ୍ରମଶଃ

Leave A Reply

Your email address will not be published.