ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମୁଁ ନୁହେଁ କାହା ପ୍ରତିନିଧି
ସଂଚୟ କରିନାହିଁ ନିଧି
ବ୍ୟୟିତ ହୋଇ ନିରବଧି
ଲଂଘନ କରିନି ପରିଧି
ନିଜ ସୀମାରେ ହୋଇ ବଂଦି
ସ୍ବେଚ୍ଛାରେ ପାରେଁ ହସି, କାଂଦି
ନିଜେ ନିଜର ପ୍ରତିଦ୍ବଂଦ୍ବୀ
ହେବା ହିଁ ମୋର ମୂଳ-ବିଧି
ଗତକାଲିକୁ ଅତିକ୍ରମ
କରି ମୁଁ ଆଜିର ବିଶ୍ରାମ
ପାଇଛିଁ ବୋଲି ମନୁ ଭ୍ରମ
ତଡ଼ିଛିଁ, ନ ହୋଇ ଅକ୍ଷମ
ଲଜ୍ଜା ଓ ଭୟକୁ ବିଦାୟ
ଦେଇ ଭାଷାରେ ରଖି ଲୟ
କରୁଛିଁ ଯେତେ ଯାହା କାମ
ତାହା ହିଁ ମୋର ପରିଣାମ
ଉପେକ୍ଷା ଯୋଗୁଁ ନାହିଁ କ୍ଷୋଭ
ସୁଯଶା ହେବା ପାଇଁ ଲୋଭ
ନାହିଁ, ତେଣୁ ମୁଁ ନିଜ କାର୍ଯ
କରୁଛିଁ ନ ହରାଇ ଧୈର୍ଯ
ସ୍ବକାର୍ଯ ନ ହେଲେ ସ୍ବୀକାର୍ଯ
ବୁଝେଁ ମୁଁ ନୁହେ ଅନିବାର୍ଯ
ହେଲେ ବି ଅଲୋଡ଼ା ସଂସାରେ
ରହିଛିଁ ଅଲଭ୍ୟ ଆଶାରେ
ମିଳୁ କି ନ ମିଳୁ ସ୍ବୀକୃତି
ସ୍ବକୃତି ରଚନା ପ୍ରବୃତ୍ତି
କ୍ରମେ ହୋଇଲେ ବଳବତୀ
ମୁଁ ପାଏଁ ନବତମ ତୃପ୍ତି
ଏହି ତୃପ୍ତି ପାଇବା ପାଇଁ
ନିଜକୁ କରି ନିଜ ଛାଇ
ସଂସାରେ ଚେଇଁ ଆଉ ଶୋଇ
ମୋହର ସମୟ ବିତଇ
Comments are closed.