ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମୋ ମନେ ଥାଏ ଯେଉଁ ଚିଂତା
ମୁଁ କରେଁ ତାହାକୁ କବିତା
ସେ କରେ ଗପ କିଂବା ଗାଥା
ସୁଧୁରେ ଭାଷାର ଅବସ୍ଥା
ଚିଂତାକୁ କରିଦେଲେ କଥା
ଶୁଣିବା ଲୋକ ପାଏ ବ୍ୟଥା
ଭଦ୍ରତା ରଖି ସିନା ଶୁଣେ
କିଛି ରଖିପାରେନି ମନେ
ଚିଂତାକୁ କରିଲେ ଅକ୍ଷର
ପାଠକ ପଢ଼ି ବାରଂବାର
କାଢ଼େ ତହିଁରୁ ଭାବ, ଅର୍ଥ
ପଠନ ହୁଏନାହିଁ ବ୍ୟର୍ଥ
ତେଣୁ ଚିଂତାକୁ ଲେଖି ରଖି
ଆମେ ହୋଇପାରିବା ସୁଖୀ
ପାଟିର ପବନ ତ ଧ୍ବନି
କରିପାରେ ମର୍ଯାଦା ହାନି
ବୁଝିଲେ ଲେଖାର ମହତ୍ତ୍ବ
ଲିପିକୁ ଯଥେଷ୍ଟ ଗୁରୁତ୍ବ
ଦେଇ କରିବା ଲେଖାଲେଖି
ହୋଇବା ଜୀବନର ସାକ୍ଷୀ
Comments are closed.