Latest Odisha News

BREAKING NEWS

ଭାଷା ଭାଗବତ : ସ୍ବାସ୍ଥ୍ୟ, ବିତ୍ତ, ସୁଖ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପଂଚଭୂତର ତତ୍ତ୍ବ ଜ୍ଞାନ
କରିଲେ ଲୋକଂକୁ ପ୍ରଦାନ
ସଭିଏଁ ହୋଇ ସଚେତନ
ଆନଂଦେ ଜିଇଁବା ଜୀବନ

ମାଟି, ପାଣି, ପବନ, ବାୟୁ
ବଢ଼ାଂତି ଆମ ପରମାୟୁ
ଆକାଶ ରହେ ସଦା ସାକ୍ଷୀ
ଅଂତରୀକ୍ଷ ସ୍ରଷ୍ଟାଂକ ଆଖି

ପ୍ରକୃତିଦତ୍ତ ଉପହାର
ସବୁକୁ କରିଲେ ଆଦର
ଜୀବନ ହୁଏ ସୁଖମୟ
ଉଭେଇଯାଏ ସବୁ ଭୟ

ପ୍ରକୃତିଛଡ଼ା ହେଲେ ଲୋକ
ସହେ ବିଭିନ୍ନ ରୋଗ, ଭୋକ
ହୋଇଯାଏ ସେ ଛିନ୍ନମୂଳ
ତା’ପରେ ଭୀରୁ ଓ ଦୁର୍ବଳ

ପ୍ରକୃତି ସହ କରି ସଂଧି
ନ ହେଲେ ତାହାର ବିରୋଧୀ
ବିଶ୍ବରେ ବାସ୍ତବ ସମୃଦ୍ଧି
ସଂଭବ କରେ ଜ୍ଞାନ, ବୁଦ୍ଧି

ଜ୍ଞାନୀଏ ହେଲେ ବୀତସ୍ପୃହ
ଅଜ୍ଞାନ ଲୋକଂକର ଲୁହ
ଦେଖିପାରେନି ତାଂକ ଆଖି
ହୋଇଯାଆଂତି ସର୍ବଭକ୍ଷୀ

ଲୋକଂକ ଆହାର, ଚଳଣି
ସଂଯତ ହେଲେ ଏବେ ପୁଣି
ମିଳିବ ସ୍ବାସ୍ଥ୍ୟ, ବିତ୍ତ, ସୁଖ
କିପାଇଁ ହୋଇବା ବିମୁଖ

Comments are closed.