ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପିଂଡରେ ପ୍ରାଣ ଥିବା ଯାଏଁ
ପ୍ରାଣୀଟି ଅହଂଗ୍ରସ୍ତ ହୁଏ
ଚିତ୍ତରୁ ଅହଂନାଶ ପରେ
ଦେହ ମରଣ ଲାଭ କରେ
ମୁଁ କେବେ ଦେହରୁ ବାହାରି
ଗଲେ ତ ଜୀବ ଯିବ ମରି
ଦେହରେ ପ୍ରାଣ କରେ ବାସ
ପ୍ରମାଣ : ନିଶ୍ବାସ, ପ୍ରଶ୍ବାସ
କରୁଣା ଯେଣୁ ଚିରସ୍ଥାୟୀ
କେବେ ବି ଯିବନି ଉଭେଇ
ଭାଷାକୁ ମିଳିଲେ କରୁଣା
କଛି ବି ହୁଏନାହିଁ ଊଣା
ନିରବତା ହିଁ ଭାଷା-ନାଶୀ
ସତର୍କ ହେବା ଏବେ ବେଶି
ନ ଥିଲେ ଲୋକ କହି, ଲେଖି
ଭାଷାଟେ ତିଷ୍ଠି ପାରିବ କି ?
କହି ଲେଖିଲେ ବାରଂବାର
ଭାଷାକୁ ମିଳିବ ବିସ୍ତାର
କେହି ନ କଲେ ବ୍ୟବହାର
ଭାଷା ସହିବ ଅନାଦର
ଏମିତି ଅନାଦର ସହି
କେତେ ବର୍ଷ ପାରିବ ରହି
କରିହେଉନି ଅନୁମାନ
ତେଣୁ ମନ ହୁଏ ବିଷଣ୍ଣ
ଏହି ଭାଷାର ଭାଷୀଗଣ
କରିଲେ ଏବେ ହିଁ ଯତନ
କରିପାରିବେ ଭାଷା ରକ୍ଷା
ଆଗ୍ରହୀ ହୋଇ ନେଲେ ଦୀକ୍ଷା
ଭାଷାର ନିଜର ଜୀବନ
ନ ଥାଏ, ଭାବ, ବୁଝ, ଜାଣ
ତା’ପରେ କର ନିର୍ଧାରଣ
ନିଜର ଦାୟିତ୍ବ ପାଳନ
ଭାଷୀଏ ହୋଇ ଉଦାସୀନ
ରହିଲେ ଆଉ ବେଶି ଦିନ
ଏ ଭାଷା ହୋଇବ ନିଶ୍ଚିହ୍ନ
ଭାଷୀ ପାଇବେ ଅପମାନ
ଏବେ ନ କରିଲେ ପ୍ରୟାସ
ଘଟିବ ଭାଷାର ବିନାଶ
ଏବର ଶିଶୁ, ଯୁବାଗଣ
ହେବେ ମାତୃଭାଷା-ବିହୀନ
Comments are closed.