ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
‘ତୃଷ୍ଣାର୍ତ ଆଉ ପିପାସାର୍ତ ‘
କି
‘ ତୃଷାର୍ତ୍ତ ଆଉ ପିପାସାର୍ତ୍ତ ‘
କିପରି ଲେଖିବା ଉଚିତ ?
ଏଣିକି ହେଉ ଆଲୋଚିତ
ଥରଟେ କରିଲେ ବିଚାର
ଲିପିରେ ଘଟିବ ସଂସ୍କାର
ର୍ତ୍ତ ଦେଖିଲେ ସୁଦ୍ଧା ଆଖି
ର୍ତ୍ତ କେହି କହଂତି କି ?
ନିଜକୁ ପଚାରି ଏ ପ୍ରଶ୍ନ
କରିବା ଉତ୍ତର ସଂଧାନ
ଯାହା ମାନିବ ଆମ ମନ
ତାହା ହିଁ କରିବା ଲିଖନ
ଏବେ ବି ଅନେକେ ଲେଖଂତି
ଗର୍ତ୍ତ, କର୍ତ୍ତା ଅଥବା ମୂର୍ତ୍ତି
କହଂତି ଗର୍ତ, କର୍ତା, ମୂର୍ତି
ବଦଳାଇବା ମନୋବୃତ୍ତି
ର୍ଚ ର୍ଛ ର୍ଣ ର୍ତ ର୍ଦ ର୍ଧ ଆଉ ର୍ଯ
କି
ର୍ଚ୍ଛ ର୍ଚ୍ଛ ର୍ଣ୍ଣ ର୍ତ୍ତ ର୍ଦ୍ଦ ର୍ଦ୍ଧ ଆଉ ର୍ଯ୍ୟ?
କେଉଁଟି କରିବା ସ୍ବୀକାର୍ଯ
ଚିଂତା କରିବା ଧରି ଧୈର୍ଯ
ଯେହେତୁ ଅଛି ତାରତମ୍ୟ
ମନରେ ଜାତ ହୁଏ ଭ୍ରମ
ତାକୁ ତଡ଼ିବା ଆମ କାମ
କରିଲେ ହେବ ସର୍ବୋତ୍ତମ
ନିଷ୍ଠା ଓ ସତର୍କତା ବିନା
ଯେ କେହି ହୋଇପାରେ ବଣା
ଆମେ ହୋଇଲେ ସହଭାଗୀ
ଭାଷା କାମେ ପାରିବା ଲାଗି
ଲିପିରେ ଅଛି ଆତିଶଯ୍ୟ
ଏ ସବୁ ଯେଣୁ ପରିତ୍ୟାଜ୍ୟ
ଏବେ ହିଁ କଲେ ପରିତ୍ୟାଗ
ମିଳିବ ନିର୍ଦିଷ୍ଟ ସୁଯୋଗ
ଯାହା କହୁଛୁଁ ‘ ହେଉ ‘ ବୋଲି
ତାହାକୁ ଦେଉଥାଉଁ ଟାଳି
ଅନ୍ୟ କେହି କରିବେ ଭାବି
ନିଜେ ହିଁ ଯାଉଥାଉଁ ଦବି
କମିଚାଲିଛି ଭାଷାପ୍ରୀତି
ବଢ଼ିଚାଲିଛି ଲିପିଭୀତି
ସ୍ଥଗିତ ହୋଇଛି ଉନ୍ନତି
ତେବେ ବି ବଦଳୁନି ମତି
Comments are closed.