Latest Odisha News

BREAKING NEWS

ଭାଷା ଭାଗବତ : ‘ବିବେକ’ ଅଟେ ଚିରଂଜୀବୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

‘ବିବେକ ଅଟେ ଚିରଂଜୀବୀ’
ଯଦି ବି ଏବେ ମୁଁ ଲେଖିବି
ମୋ ଲେଖା ହୋଇଯିବ ମିଥ୍ୟା
ତେଣୁ ମୁଁ ପାଉଥିବି ବ୍ୟଥା

ସ୍ବୀକାର କଲେ ବାସ୍ତବତା
ଅସ୍ଥିର ହୁଏନାହିଁ ମଥା
ଯାହା ମୋ ଅନୁଭୂତ ସତ୍ୟ
ତାହା ମୁଁ କରେଁ ପ୍ରକଟିତ

ଅନ୍ୟ କେ ହୋଇଲେ ସମ୍ମତ
ଅଥବା ହେଲେ ଅସମ୍ମତ
ମିଳେନି ମୋତେ ସୁଖ, ଦୁଃଖ
ମୁଁ ଜଣେ ସ୍ବାଧୀନ ଲେଖକ

ଲୋଡ଼ୁଛିଁ ସ୍ବାଧୀନ ପାଠକ
ଅନାବଶ୍ୟକ ଯୁକ୍ତି ତର୍କ
ସତ୍ୟକୁ ଶିଖିନି ଲୁଚାଇ
ଅଥଚ ପାରୁନି ବଂଚାଇ

କରିଚାଲିଛିଁ ଶବ୍ଦବଦ୍ଧ
ଉତ୍ତମ ନ ହେଲେ ବି ମଂଦ
ନୁହେ ଏପରି ଭାବାଲେଖ୍ୟ
ଏହା ହିଁ ମୋର ଆଭିମୁଖ୍ୟ

ନେଇନି କାହାଠାରୁ ଦୀକ୍ଷା
ଯେତେ ପାରୁଛିଁ କରେଁ ଶିକ୍ଷା
ନିଜକୁ ପ୍ରତ୍ୟହ ସମୀକ୍ଷା
କିଂତୁ କରିଜାଣେନି ବ୍ୟାଖ୍ୟା

କୃପା କି ଅନୁଗ୍ରହ ଭିକ୍ଷା
ନ କରି, ଜିଇଁଥାଏଁ ଏକା
ରହିଥିବେ ଏ ସବୁ ଲେଖା
ମନରେ ନାହିଁ ଟିକେ ଶଂକା

Comments are closed.