Latest Odisha News

BREAKING NEWS

ଭାଷା ଭାଗବତ : ସତ୍ୟ ନୁହେ ଅନୁମାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ଯେତେ ଶିଖିଛିଁ ନିଜେ ନିଜେ
ତାହା ହିଁ ଲଗାଉଛିଁ କାର୍ଯେ
ମୁଁ ନିଜେ ଗୁରୁ ଆଉ ଚେଲା
ହୋଇଛି, ତେଣୁ ଭଲ ହେଲା

ଅଲୋଡ଼ା ଉପଦେଶ ଶୁଣି
ଗୋଟେ ବି ପାରେନାହିଁ ମାନି
ମନେ ରଖିଲେ ନୀତିବାଣୀ
ଜୀବନ ଉନ୍ନତ ହୁଏନି

ଯାହା କହଂତି ଜ୍ଞାନୀ ଜନ
ତାହାକୁ ନ କରି ପାଳନ
ଜିଇଁଲେ ସ୍ବାଧୀନ ଜୀବନ
ଘଟଇ ବ୍ୟକ୍ତିତ୍ୱ ବର୍ଧନ

ସ୍ମୃତିକୁ ରଖିଲେ ସାଇତି
ହୁଏନି କେବେ ଅଗ୍ରଗତି
ଆମର ନିଜ ଅନୁଭୂତି
ଯୋଗାଏ ଅସରଂତି ଶକ୍ତି

ନିଜକୁ କରିଲେ ବିଶ୍ବାସ
ମନରେ ବଢ଼ଇ ସାହସ
ତାହା ବଳରେ କରୁଁ ଯାହା
ତାହା ହିଁ ସୁଖ-ମୁଖୀ ରାହା

ମଥାରେ ଶାଂତି ଉତ୍ପାଦନ
ଆଡ଼କୁ ଦେଲେ ଟିକେ ଧ୍ୟାନ
ସଂସାରେ ମନୁଷ୍ଯ ଜୀବନ
ସତରେ ହୁଏ ସୁସଂପନ୍ନ

ଶୁଣିଲେ ମଧୁର ବଚନ
ତୃପ୍ତି ପାଇଲେ ସୁଦ୍ଧା କାନ
ମନ ତ କରେନି ଗ୍ରହଣ
ଏ ସବୁ କଥା ମୂଲ୍ଯହୀନ

ସ୍ବେଚ୍ଛାରେ ନିଜ କାମ ସାରି
ହୋଇ ପାରିଲେ ଉପକାରୀ
ଜୀବନ ହୋଇଯାଏ ଧନ୍ୟ
ଏ ସତ୍ୟ, ନୁହେ ଅନୁମାନ

Comments are closed.