Latest Odisha News

BREAKING NEWS

ଭାଷା ଭାଗବତ : ବିଶ୍ବ ପରଂପରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ପତ୍ନୀ ସହ ନ କଲେ ଯୁକ୍ତି
ଅବଶ୍ୟ ମିଳେ ସୁଖ, ଶାଂତି
ଅନେକ ଲୋକ ନ ବୁଝଂତି
ଏପରି କୌଟୁଂବିକ ଗତି

ପତ୍ନୀକୁ ଯୁକ୍ତିରେ ହରାଇ
ପାରିବା ଭଳି ସ୍ବାମୀ ନାହିଁ
ବିତର୍କ ମୂଳହୁଁ ନ କଲେ
ସଂସାର ଖୁବ୍‌ ଭଲ ଚାଲେ

ବୃଦ୍ଧ, ବୃଦ୍ଧା ହୋଇଲେ ସୁଦ୍ଧା
ସଂସାରେ ବହୁବିଧ ବାଧା
କରଂତି ଯଦି ଧ୍ୟାନଚ୍ୟୁତ
ବିଚ୍ଛିନ୍ନ ହୋଇବା ବିହିତ

ଗୋଟିଏ ଛାତ ତଳେ ରହି
କାହାକୁ କିଛି ବି ନ କହି
କରିଲେ ଏକାଂତ ସାଧନା
ସମୟ ପଡ଼େନାହିଁ ଜଣା

ପୁଅ, ନାତିଂକୁ ଦେଲେ ଧ୍ୟାନ
ସାରିଦେଲେ ବି ଏ ଜୀବନ
ତାଂକ ସ୍ମୃତିରେ ପାଇ ସ୍ଥାନ
ହେବା ନିଶ୍ଚୟ କାଳୋତ୍ତୀର୍ଣ

ଏବର ଯେତେ ମର୍ତ୍ୟବାସୀ
ଆଗକୁ ହେବେ ସ୍ମୃତିବାସୀ
ଏହା ତ ବିଶ୍ବ ପରଂପରା
ସଭିଏଁ ପଡ଼ିଥାଉଁ ଧରା

 

Leave A Reply

Your email address will not be published.