ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦେବାଧିଦେବ ଭାବେ ବିବେଚନା କରିବା, କାରଣ ସେ (ଶ୍ରୀଜଗନ୍ନାଥ)କୌଣସି ଏକ ନିର୍ଦ୍ଧିଷ୍ଟ କାରଣର ଦେବତା ନୁହନ୍ତି, ବିଶ୍ୱର ସର୍ବ କାରଣରୁପ ସେ (ଶ୍ରୀଜଗନ୍ନାଥ ) ପ୍ରତ୍ୟେକ ଦେବତା ଏକ ଏକ ନିର୍ଦ୍ଧିଷ୍ଟ କାରଣ ପାଇଁ ସୃଷ୍ଟ । କିନ୍ତୁ ଶ୍ରୀଜଗନ୍ନାଥ ସର୍ବ କାରଣର ସୃଷ୍ଟିକର୍ତ୍ତା ସ୍ୱୟଂ ପରମାତ୍ମା ପରଂବ୍ରହ୍ମ ତଥା ଦେବଙ୍କ ଦେବ (ଦେବାଧିଦେବ ) ।
ଶ୍ରୀମଦ ଭଗବତ ଗୀତାର ଏହି ଶ୍ଳୋକ ଶ୍ରୀଜଗନ୍ନାଥଙ୍କ ବ୍ୟାପକତାର ପ୍ରକାଶ କରୁଛି :
“ସର୍ବତଃ ପାଣି ପାଦଂ, ତତ ସର୍ବୋତ୍ତଅକ୍ଷିଶୀରୋ ମୁଖମ!!
ସର୍ବୋତଃ ସୃତିମଲକେ ସର୍ବମାବୃତ୍ୟ ତିଷ୍ଠିତ।”
ଅର୍ଥାତ ପ୍ରଭୁଙ୍କର (ସର୍ବବ୍ୟାପକ )ରୂପ, ଯଥା ସକଳ ଦିଗରେ ହସ୍ତ, ପାଦ ରହିଛି. ସେହିଭଳି ସକଳ ଦିଗକୁ ଶୀର ମୁଖ ଇତ୍ୟାଦି ରହିଛି ଏହିଭଳି ଭାବରେ ଶ୍ରୀଜଗନ୍ନାଥ ସର୍ବ ବ୍ୟାପକ୍ତା ପ୍ରତିପାଦନ ହୋଇଛି.ସାଧାରଣ ଭାବରେ ଲୋକ ମୁଖରେ ଶୁଣାଯାଏ ଯେ ରାମ, ସେ କୃଷ୍ଣ ଓ ସେ ମଧ୍ୟ୍ୟ ଜଗନ୍ନାଥ । କିନ୍ତୁ ବ୍ରହ୍ମ ତତ୍ତ୍ୱ ଅନୁସାରେ ଦେଖିଲେ ଜଣେ ଜୀବନ କାଳ ମଧ୍ୟରେ କେବେବି ବ୍ରହ୍ମସହସ୍ର ନିଜକୁ ପ୍ରକାଶିତ ନକରି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ରୂପେ ବିଦିତ, ଆଉ ଜଣେ ଜନ୍ମ ହେବା ମାତ୍ରେ ଉଗ୍ରସେନଙ୍କୁ ଶଙ୍ଖ ଚକ୍ର ଚି଼ହ୍ନ ଦର୍ଶନ କରାଇ, ବାଲ୍ୟ କାଳରୁ ଯଶୋଦାଙ୍କୁ ପାଟି ମଧ୍ୟରେ ବିଶ୍ୱ ଦର୍ଶନ ସହ କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ବିଶ୍ୱରୂପ ଦର୍ଶନ କରାଇ, ନିଜକୁ ସ୍ୱୟଂ ଭଗବାନ ବୋଲି ପ୍ରତିପାଦିତ କରିଛନ୍ତି । କିନ୍ତୁ ଦେବାଧିଦେବ ଜଗନ୍ନାଥ ଷୋଳକଳାର ଅଧିକାରୀ ହୋଇ, ପରଂବ୍ରହ୍ମ ରୂପେ ବିରାଜିତ ହୋଇଛନ୍ତି ।
ଆସନ୍ତୁ ସ୍ତୁତି କରିବା :
ସହସ୍ର ମୁରେ ସହସ୍ର ନେତ୍ରରେ ଅନାଇ ରହିଛ ତୁମ୍ଭ ସନ୍ତାନେ
ଦୀନ ଅସହାୟ ବୋଲି ମୁଁ ନିଜକୁ ଭାବିବି କିମ୍ପା ଅକାରଣେ ।
ଜୟ ଜଗନ୍ନାଥ