Latest Odisha News

BREAKING NEWS

ଭାଷା ଭାଗବତ : କ୍ଷମତା, ଶକ୍ତି, ଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

କ୍ଷମତା, ଶକ୍ତି ଆଉ ଧନ
ଘଟିଲେ ତ୍ରିରୂପୀ ମିଳନ
ଅନ୍ୟ ଆଡ଼କୁ କେବେ ଧ୍ୟାନ
ଦେଇପାରେନି ବିଜ୍ଞଜନ

ନିଜ ନିଯୁକ୍ତିଦାତା ପ୍ରତି
ଦେଖାଏ ସ୍ପଷ୍ଟ ଅନୁରକ୍ତି
ପୂର୍ଣ ହୁଏ ମନସ୍କାମନା
କରିପାରେନି କିଛି ମନା

ତଥାକଥିତ ଉଚ୍ଚପଦ
ପାଇଲେ ସ୍ପୃହା ଅବରୋଧ
ଘଟିବା ଯେଣୁ ସ୍ବାଭାବିକ
ବ୍ୟତିବ୍ୟସ୍ତ ନୁହଂତି ଲୋକ

ଧରାପଡ଼ିଲେ ବି ଦୁର୍ନୀତି
ହୁଏନି ଅତି ବେଶି କ୍ଷତି
ଏହା ହିଁ ବିକାଶର ବାଟ
ଅଧିକ ଲୁଟି, ଅଳ୍ପ ବାଂଟ

ଏ ରୀତି ବୁଝି ଅଧିକାରୀ
ହୁଅଂତି ଯଦି ଦୋ’ନଂବରୀ
କିଛି ବି ପାରଂତିନି କରି
ସଭିଂକୁ କରଂତି ଗୁହାରି

ସ୍ଥିରପ୍ରଜ୍ଞ ହୋଇଲେ ଲୋକ
ପାସୋରି ଯେତେ ଦୁଃଖ,ଶୋକ
ଶୋକୋତ୍ତୀର୍ଣ ହୋଇ ବି ଚଳି
ପାରଂତି ବ୍ୟକ୍ତିତ୍ୱ ସଂଭାଳି

ମତ ସୁଅରେ ଗଲେ ଭାସି
ସୁଚିଂତା ହୁଏନି ପ୍ରକାଶି
ଲୋକେ କରଂତି ବହୁ କାର୍ଯ
କେଉଁଠୁ ଠୁଳାଇବେ ଧୈର୍ଯ ?

ଯାହା ବି ହୁଏ ଟିକେ ଅତି
ସଂଚାର କରଇ ବିରକ୍ତି
ଆବଶ୍ଯକତା ଠାରୁ ବେଶି
ଶବ୍ଦ ହିଁ ଭାବର ବିନାଶୀ

ହେବା ଯେହେତୁ ଅଟେ ଥୟ
କରିବା ଅଳ୍ପ ଶବ୍ଦ ବ୍ୟୟ

Comments are closed.