Latest Odisha News

BREAKING NEWS

ଭାଷା ଭାଗବତ : ‘ ମିଛ ‘ ମୂଳ ଭିତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

 

*ଭାଷା ଭାଗବତ :*

 

[] *’ ମିଛ ‘ ମୂଳ ଭିତ୍ତି* []

 

 

‘ ମିଛ ‘ ଯାହାର ମୂଳ ଭିତ୍ତି

ତାହା ଏବର ରାଜନୀତି

ହେଉ କି ନ ହେଉ ଦ୍ବିରୁକ୍ତି

ଅନେକେ ଏହା ବୁଝିଛଂତି

 

‘ ମିଛ ‘ ବଳେ କ୍ଷମତା ପ୍ରାପ୍ତି

କରିଥିଲେ ହେଁ ଜଣେ ବ୍ୟକ୍ତି

ଆସନ ମଂଡନ କରଂତି

ସ୍ବାର୍ଥ ସଂଭାଳି ଚଳୁଥାଂତି

 

ଲୋକଂକ ସହ ପରିଚୟ

ବଢ଼ିବା ପାଇଁ କରି ବ୍ୟୟ

ରାଜସ୍ବ ସହିତ ସମୟ

ନିର୍ବାଚନ କରଂତି ଜୟ

 

ଅଧିକ ଥର ନିର୍ବାଚିତ

ହେଲେ ସଂଭବ ତାଂକ ହିତ

ମତଦାତା ଅନେକେ ରଂକ

ହୋଇପାରଂତି ନିରାତଂକ

 

ରାଜନୀତିରେ ଗଲେ ମିଶି

ଆଉ କେବେ ହୁଏନି ଖସି

ସୀମିତ ବଳୟରେ ରହି

ସବୁ କିଛି ପାରଂତି ସହି

 

ଉପେକ୍ଷା, ନିଂଦା, ଅପମାନ

ଏ ସବୁ ନେତାଂକ ଭୂଷଣ

ରୂପରେ ହୋଇଛି ଚିହ୍ନିତ

ନିଶ୍ଚଳ ସବୁ ହିତାହିତ

 

କରିଲେ ବଶ୍ୟତା ସ୍ବୀକାର

ନେତାଏ ଭୁଲି ଅଧିକାର

ହୁଅଂତି କାହାର କିଂକର

ଏହା ହିଁ ସ୍ବଭାବ ତାଂକର

 

ନେତାଂକ କଥା ମହୁବୋଳା

ହେଲେ ଦାୟିତ୍ୱ କାମଚଳା

ହେବା ତ ଏବେ ସ୍ବାଭାବିକ

ବୁଝଂତିନାହିଁ ବହୁ ଲୋକ

 

ଯେଉଁ ଲୋକଂକ ମତ ବଳେ

ନେତାଟେ ଶାସନ ସଂଭାଳେ

ତାହାଂକୁ କରିଲେ ଉପେକ୍ଷା

ହୋଇପାରେନି ଦେଶରକ୍ଷା

 

ଯେଉଁ ଭାଷାରେ ମତ ଭିକ୍ଷା

କରଂତି, ସେ ଭାଷା ଅବିକା

କରୁଛି ଯେଉଁ ଦଶା ଭୋଗ

ତାହା ତ ଚରମ ଦୁର୍ଯୋଗ

 

ଏ ସ୍ଥତି ବିଲୋପନ ପାଇଁ

କାହାର ଟିକେ ଚେଷ୍ଟା ନାହିଁ

କାହାକୁ କରିବା ଗୁହାରି

ବୁଦ୍ଧି, ବିବେକ ଯାଏ

Leave A Reply

Your email address will not be published.