Latest Odisha News

 ଭାଷା ଭାଗବତ : ଶବ୍ଦ, ପଦ, ବାକ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଓଡ଼ିଆ ବାକ୍ୟ ଉପାଦାନ
ପଦ ଅଟଇ ବୋଲି ଜାଣ
ଶବ୍ଦ,ପ୍ରତ୍ୟୟ ଦେଲେ ଯୋଡ଼ି
ପଦ ହୁଏ ସହଜେ ଗଢ଼ି

ପିଲା ଶବ୍ଦ, ପିଲାଟି ପଦ
ବାଟ ଶବ୍ଦ, ବାଟରେ ପଦ
ଖେଳ ଶବ୍ଦ, ଖେଳୁଛି ପଦ
‘ପିଲା ବାଟ ଖେଳ’ ତ୍ରିଶବ୍ଦ

‘ପିଲାଟି ବାଟରେ ଖେଳୁଛି। ‘
ଲେଖିଲେ ବାକ୍ୟ ହେଉଅଛି
ଏହା ତ ସୁସ୍ପଷ୍ଟ ନିୟମ
କିପାଇଁ ଏତେ ବ୍ୟତିକ୍ରମ ?

କେବଳ ଶବ୍ଦ ସମାହାର
ନୁହଂତି ବାକ୍ୟ ଏ ଭାଷାର
ଏହି ତଥ୍ୟକୁ ମନେ ରଖି
ବ୍ୟାକରଣ ପାରିବା ଶିଖି

ଅନ୍ୟ ଭାଷାର ବିଧି ଯଦି
ଆମ ଭାଷାରେ ଦେବା ଲଦି
ବୁଝିବାନାହିଁ ନିଜ ଭାଷା
ଭୋଗିବା ଆହୁରି ଦୁର୍ଦଶା

ଯାହା ବି ସୁସ୍ପଷ୍ଟ, ସରଳ
ତାହାକୁ ଭାବିଲେ ଗରଳ
କଠିନତାକୁ ଦେଇ ପ୍ରୀତି
କରିଚାଲିବା ନିଜ କ୍ଷତି

 

Comments are closed.