ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ପ୍ରଭୁଂକ ନିବାସ ଆସ୍ଥାନ
ଯେହେତୁ ମଣିଷର ମନ
ସେଠାରେ କରି ଅବସ୍ଥାନ
ଚଳାଂତି ସଂସାରେ ଜୀବନ
ପ୍ରଭୁ ନୁହଂତି ଜଣେ ବ୍ୟକ୍ତି
ସବୁଠି ଉପସ୍ଥିତ ଶକ୍ତି
ସେ ଶକ୍ତି ପ୍ରତି ଥିଲେ ପ୍ରୀତି
ମନରେ ଜାଗିଉଠେ ଭକ୍ତି
ଭକ୍ତ ଓ ପ୍ରଭୁଂକ ସତ୍ସଂଗ
କରେନି ଧର୍ମାଚାର ଭଂଗ
ଏ ଯେଣୁ ଅତୁଲ୍ୟ ସଂପର୍କ
ଅନାବଶ୍ୟକ ବେଶି ତର୍କ
ନିଜର ବିଶ୍ବାସ ଓ ଆସ୍ଥା
ଯେହେତୁ ଅଟେ ମୂଳକଥା
ତୃତୀୟ ପକ୍ଷ ଲୋଡ଼ାନାହିଁ
ବ୍ୟକ୍ତି ପାରିବ ଭକ୍ତ ହୋଇ
ଯିଏ ମନର ଅଂତର୍ଗତ
ତାହାଂକୁ ଖୋଜିଲେ ଅନ୍ୟତ୍ର
କେବେ ଥରେ ମିଳଂତିନାହିଁ
ଏ ସତ୍ୟ ବୁଝୁନୁଁ କିପାଇଁ ?
ପାଇଲେ ପ୍ରଭୁ-ଅନୁଭୂତି
ଜାଗ୍ରତ ହୁଏ ଅଂତର୍ଶକ୍ତି
ତାହା ତ ଅତୁଲ୍ୟ ସଂପତ୍ତି
ବୁଝଂତିନାହିଁ ବହୁ ବ୍ୟକ୍ତି
ପ୍ରଭୁ ତ ସ୍ବୟଂ ପୂର୍ଣସତ୍ତା
ତାଂକୁ ମାଗିଲେ ନିରାପତ୍ତା
ଇଂଦ୍ରିୟ-ଅଧୀନ ମଣିଷ
କରେ ନିଜ ବିଶ୍ବାସ ନାଶ
ନିର୍ମାଣ ସହିତ ସର୍ଜନା
ଥରଟେ କରିଲେ ତୁଳନା
ସ୍ରଷ୍ଟା ଓ ସୃଷ୍ଟି ସମରୂପୀ
ଏ ସତ୍ୟ ପାରିବନି ଛପି
ନିଜ ସ୍ତରକୁ ଭିଡ଼ି ଆଣି
ଶୁଣାଉଁ ଯେତିକି କାହାଣୀ
ସେ ସବୁ କଳ୍ପନା ପ୍ରସୂତ
ମଣିଷ ଦ୍ବାରା ଆରୋପିତ
ପୂଜାଳୟକୁ ଭକ୍ତାଳୟ
କରିବା ଯୋଗୁଁ ଯାହା କ୍ଷୟ
ହୋଇଛି, ଏବେ ବି ହେଉଛି
ସେ କଥା କିଏ କି ଭାବିଛି ?
ଯାହା ବି ଭାବର ବିଷୟ
ତାହାକୁ କଲେ ବସ୍ତୁମୟ
ତା ହୁଏ ପର୍ଯଟନ ସ୍ଥଳୀ
ଚେତନା ଆପେ ପଡ଼େ ଟଳି
ଭାଷାରେ ଥାଏ ବିଭିନ୍ନତା
ଭାବରେ ଥାଏ ସମାନତା
ବୁଝିଲେ ଏହି ବାସ୍ତବତା
ଭାବନା ହୁଏ ମୂଳ କଥା
ଯାହା ବି ସତ୍ୟ ସନାତନ
ତାହା ପ୍ରଥମେ ବୁଝୁ ମନ
ଅଲୋଡ଼ା ବିଶାଳ ଭବନ
ଅଥବା ଭବ୍ୟ ଆୟୋଜନ
ଭାଷାରେ ସବୁ ସମାହିତ
ଚଂଚଳ ବୁଝୁ ଆମ ଚିତ୍ତ
ଭାଷା ହିଁ ଭାବ ପ୍ରକାଶକ
ବୁଝଂତି ସାଧାରଣ ଲୋକ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.