Latest Odisha News

BREAKING NEWS

ଭାଷା ଭାଗବତ : ବିଶ୍ବାସ ଓ କର୍ତବ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ବିଶ୍ବାସ ନ ହୋଇ କର୍ତବ୍ୟ
ବନିଲେ ଶାବ୍ଦିକ ବକ୍ତବ୍ୟ
ଘଟେ ତହିଁର ମୂଲ୍ୟହାନି
ଏ କଥା ରଖୁଁ ଏବେ ଜାଣି

ବିଶ୍ବାସ ଅନୁସାରେ କର୍ମ
କରିଚାଲିଲେ ଅବିରାମ
ତହିଁର ଭଲ ପରିଣାମ
ବିଶ୍ବକୁ କରେ ମନୋରମ

ବିଶ୍ବାସ ମନ ମଧ୍ୟେ ଧରି
ଯିଏ ବି ଯାଏ କର୍ମ କରି
ତାହା ହିଁ ସତରେ ବାସ୍ତବ
ଏହାକୁ କରୁଁ ଅନୁଭବ

ବିଶ୍ବାସ ହୋଇଗଲେ ଶବ୍ଦ
ବିଶ୍ବକୁ ପଡ଼ଇ ବିପଦ
ବିଶ୍ବାସ ହେଲେ କ୍ରିୟାନ୍ବିତ
ହୁଏ ବିଶ୍ବବାସୀଂକ ହିତ

ବିଶ୍ବାସ ମନର ନିବାସୀ
ଅଯଥା ଲିପି ରୂପେ ଆସି
କରେ ଅନେକ ବିଶୃଂଖଳା
କର୍ତବ୍ୟ ପାଏ ଅବହେଳା

ବିଶ୍ବାସୀଧାରୀ ଲୋକ ଜଣେ
ପଶିଲେ ଗୋଷ୍ଠୀର ଶରଣେ
କରେ ନିଜ ବ୍ୟକ୍ତିତ୍ୱ ନାଶ
ସଂଭବ ହୁଏନି ବିକାଶ

ବିଶ୍ବାସ ହେଲେ ଧ୍ବନି, ଲିପି
ପାରେ ଚାରିଆଡ଼କୁ ବ୍ୟାପି
ତେବେ ବି ତହିଁର ପ୍ରଭାବ
କରିହୁଏନି ଅନୁଭବ

ବିଶ୍ବାସ ନ କରିଲେ ବ୍ୟକ୍ତ
ବ୍ୟକ୍ତି ହିଁ ହୁଏ କର୍ମାସକ୍ତ
କାର୍ଯ୍ଯ ଯୋଗୁଁ ଚଳେ ଏ ବିଶ୍ବ
କର୍ତବ୍ୟ ବିନା ହୁଏ ନିଃସ୍ବ

Leave A Reply

Your email address will not be published.