ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୦
ଠ ଚ ଟ ଗ ର ଋ
ଛ ଖ ଝ ଶ ଣ ଥ
ଣ୍ଟ ଣ୍ଠ ଷ୍ଟ ଷ୍ଠ ନ୍ଥ ଶ୍ଛ ସ୍ଥ
ଇ ଈ ଚ୍ଚ ଚ୍ଛ ଟ୍ଟ ଙ ଫ
୧ ୨ ୩ ୪ ୫ ୭ ୦
ଏହା ଆମ ଲିପିର ଗୁଣ
ରହିଛି ସର୍ବାଧିକ ଶୂନ୍ୟ
ଅ-ଶୂନ୍ୟ ଖୁବ୍ କମ୍ ଲେଖା
ଦିଏ ଏହି ଲିପିରେ ଦେଖା
ବୃତ୍ତ, ଦ୍ବିବୃତ୍ତ, ଅର୍ଧବୃତ୍ତ
ଅଧିକ ହୁଏ ବ୍ୟବହୃତ
କେତେଟା ସିଧା ବଂକା ଗାର
ହୁଏ ଅଳପ ବ୍ୟବହାର
ଲିପିର ଜ୍ୟାମିତି ଦେଖିଲେ
ଲିଖନ ପଦ୍ଧତି ଶିଖିଲେ
ଲିପିର ସାମ୍ୟ ଭେଦ ଦେଖି
ଚଂଚଳ ଜାଣିଯିବେ ଲେଖି
ବଢ଼ିବ ଲିଖନ ଦକ୍ଷତା
ଭାଷା ପାଇବ ନିରାପତ୍ତା
ଏ ମୂଳ କାମ ଆଡ଼େ ମନ
ଦେଉଁ ଏଣିକି ଭାଷୀଗଣ
କଂସ ବଂଶ ଓ ହଂସ ମାଂସ
ଭଳି ଶବ୍ଦର ଅନେକାଂଶ
ଶୂନ୍ୟ ସ୍ବରୂପ ଅନୁସ୍ବାର
ବହୁତ ପଡ଼େ ଦରକାର
ଅଂକ ଶଂଖ ଓ ଅଂଗ ସଂଘ
ଶୂନ୍ ଲିଖିତ ହେଲେ ଆଗ
ଲେଖା ଦିଶଇ ପରିଷ୍କାର
ସରଳ ଆଉ ମନୋହର
ଏହି ଧାରା ପାଳିତ ହେଉ
ଭାଷା ମହତ୍ତ୍ୱ ରହିଥାଉ
ଏ ସବୁ ଆମ ହାତ କାମ
ଲିପିକୁ କରୁ ମନୋରମ
Comments are closed.