Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୬

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଭିନ୍ନତା ମଧ୍ୟରେ ବା ବିଲକ୍ଷଣ (ବିଶେଷ ଲକ୍ଷଣ )ଭିତରେ ଅନ୍ୟତମ ବିଶେଷତା ହେଉଛି “ନାମ ମହତ୍ୱ “। ଅର୍ଥାତ ମାୟା ଜଗତର ସମସ୍ତ ବନ୍ଧନ, ଆସକ୍ତି କଟି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସହ ନିଜକୁ ଯୋଡି ଦେବା ଓ” ଅହଂ ବ୍ରହ୍ମ ଅସ୍ମି “ଭାବନାରେ ନିଜକୁ ଉପଲବ୍ଧି କରିବା ସେହି ଭାଗବତରେ କୁହାଯାଇଛି। “ଅହଂ ବ୍ରହ୍ମ ପରଂଧାମ ବ୍ରହ୍ମ ଅହଂ ପରମଂ ପଦମ, ଏବଂ ସମକ୍ଷନ୍ନଆତ୍ମନ ମାତ୍ମନ୍ୟାଧ୍ୟାୟ ନିଶ୍ଚଳେ “(୧୨/୫/୧୧) ଖାଲି ସେତିକି ନୁହେଁ ଚାରି ଯୁଗର ମୁକ୍ତିର ମାର୍ଗ ମଧ୍ୟ ପ୍ରବର୍ତ୍ତିତ କରିଛନ୍ତି।

“କଳେ ଦ୍ରୋଶନିଧେରା ଜନ୍ମସ୍ତିହ୍ୟକୋ ମହାନଗୁଣଃ, କୀର୍ତନାଦେବ କୃଷ୍ଣସ୍ୟ ମୁକ୍ତସସଙ୍ଗ ପରଂ ବ୍ରଜେତ, କୃତେ ଯଦ ଧ୍ୟାୟତେl ବିଷ୍ଣୁ, ତ୍ରେତୟାଂ ଯଜତୋମଖୈ ଦ୍ୱାପରେପରିଚର୍ଯ୍ୟାୟାଂ କଲୌ ତଦ ହରି କୀର୍ତନାତ ।” ଅର୍ଥାତ ସତ୍ୟ ଯୁଗରେ ଧ୍ୟାନ (ତପସ୍ୟା ), ତ୍ରେତୟା ରେ ଯଜ୍ଞ ଓ ଆରାଧନା, ଦ୍ୱାପରରେ ପୂଜା, ଅର୍ଚ୍ଚନା ଏବଂ  କଳି ଯୁଗରେ କେବଳ ନାମ କୀର୍ତ୍ତନରେ ଭାଗବତ ଅବା ମୁକ୍ତି ପ୍ରାପ୍ତି ହୁଏ। କେବଳ ଏତିକି ନୁହେଁ କୀର୍ତ୍ତନ କଲେ ନିଜ ଚେତନାରେ “ମୁଁ ସର୍ବାଧିଷ୍ଠାନ ପରଂବ୍ରହ୍ମଙ୍କ ଅଂଶ ଅବା ସର୍ବାଧିଷ୍ଠାନ ବ୍ରହ୍ମ ମୁଁ ହିଁ ଅଟେ। ଏହି ଭାବ ଜାଗ୍ରତ ହୋଇ ଏକ ରସମୟ, ଅଖଣ୍ଡ ଆନନ୍ଦରେ ମନ ଓ ଚେତନା ପୂର୍ଣ୍ଣ ରହେ। ଏହାହିଁ ତ ଶ୍ରୀଜଗନ୍ନାଥ ଦର୍ଶନର ମୂଳ ତତ୍ତ୍ୱ। ଶ୍ରୀଜଗନ୍ନାଥ ଦର୍ଶନର ମୌଳିକ ତତ୍ତ୍ୱ, ସାରସର୍ବସ୍ୱ ଓ ନିର୍ଯ୍ୟାସ ଅଟେ। ଗୀତରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ସେଥିପାଇଁ କହିଲେ “ସମୋଅହଂ ସର୍ବଭୂତେଷୁ ନମେ ଦ୍ୱେଷଅସ୍ତି ନପ୍ରିୟ ଯେ ଭଜନ୍ତି ତୁ ମାଂ ଭକ୍ତିମୟୀ ତେ ତେଷୁ ଚାପ୍ୟହମ । “

ଅର୍ଥାତ ମୁଁ ସକଳ ଭୁତଙ୍କଠାରେ ସମଭାବରେ ବ୍ୟାପ୍ତ। ମୋର କେହି ଅପ୍ରିୟ ନୁହଁନ୍ତି ବା ପ୍ରିୟ ନୁହଁନ୍ତି । ଯିଏ (ଭକ୍ତ ମାନେ )ମୋତେ ଯେପରି ଭଜନ କରନ୍ତି (ନାମ କୀର୍ତ୍ତନ ) , ମୁଁ ସେମାନଙ୍କ ପାଖରେ ବା ମଧ୍ୟରେ ସେପରି ପ୍ରକଟ ହୁଏ। ଆଜି ହୃଦୟରେ କେବଳ ଭଜିବା ସେହି ଅମୃତ ନାମ ଶ୍ରୀଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ “।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.